ଉମରକୋଟ :(ପ୍ରତିଟି ରଞ୍ଜନ ଦାସ )ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଆରମ୍ଭ ହୋଇଯାଇଛି ମା ପେନ୍ଡ୍ରାଣୀଙ୍କ ନବଦିନ ଯାତ୍ରା ଓ ଶୋଭାଯାତ୍ରା | ଆଜି ପ୍ରଥମ ଦିନରେ ମା ନିଜ ମନ୍ଦିରରୁ ବାହାରି ମଙ୍ଗଳା ମାଙ୍କୁ ଆଣିବାପାଇଁ ଝରୀଗାଁ ରୋଡ଼ସ୍ଥିତ ମନ୍ଦିର ନିକଟକୁ ଯାଇଥିଲେ. ରୀତିନୀତି ଅନୁଯାୟୀ ମନ୍ଦିରରୁ କିଛି ଦୂରରେ ପେନ୍ଡ୍ରାଣୀ ମାଙ୍କ ପୂଜାଅର୍ଚନା କରାଯାଇ ମଙ୍ଗଳା ମାଙ୍କୁ ସ୍ମରଣ କରାଯାଇଥିଲା |ପୂଜା ପରେ ମଙ୍ଗଳା ମନ୍ଦିରରୁ ମାଙ୍କ ଆଶୀର୍ବାଦ ଫୁଲ ଆସିବା ପରେ ଶୋଭାଯାତ୍ରା ପୁଣି ଫେରିଥିଲା. ଶୋଭାଯାତ୍ରାରେ ଆଜି ଭକ୍ତଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେବା ସହ କଣ୍ଢେଇ ନାଚ, ବାଣ, ବାଜା ଓ ରୋଷଣୀ ଭକ୍ତଙ୍କର ମନମୋହିଥିଲା.ଆସନ୍ତା କାଲିଠାରୁ ମିନାବଜାର ଆରମ୍ଭ ସହ ଦୋକାନ ବଜାରରେ ଉମରକୋଟ ସହର ଭରପୁର ହୋଇଯିବ |ଉମରକୋଟ ପୋଲିସ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ରାସ୍ତାର ଉଭୟ ପାର୍ଶ୍ୱ କୁ ବନ୍ଦ କରି ପୂଜା ଓ ଶୋଭାଯାତ୍ରା କୁ ସଫଳ କରିଥିଲା.