ଗୋଳାଗାଡ଼ିଆ ପରିବେଶ ବିହାରର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳିତ ।

କାମାକ୍ଷାନଗର,୧/୦୭(ମନୋଜ ଭୋଳ) :କଙ୍କଡାହାଡ଼ ବ୍ଲକ କୁଟୁରିଆ ପଞ୍ଚାୟତ ଗୋଲାଗଡ଼ିଆ ପରିବେଶ ବିହାର ଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେଇଅଛି ।ଏହି ଯାତ୍ରା ଆଜକୁ ୨୯ ବର୍ଷ ହେଲାଣି ପାରମ୍ପରିକ ରୀତିନୀତି ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହେଇଅଛି ।ଘଣ୍ଟ ସଙ୍ଖୁଆଳ ,ସଂକୀର୍ତ୍ତନ ରେ ପରିବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଇଥିଲା ।ପ୍ରଭୁ ଜଗନ୍ନାଥ ପରିବେଶ ବିହାର ଜଗନ୍ନାଥ ମନ୍ଦିର ଠାରୁ ଯାତ୍ରା ଆରମ୍ଭ କରି ଗୋଳାଗାଡ଼ିଆ ଗାଁ ଠାରେ ଥିବା ମାଉସୀ ମା ମନ୍ଦିର କୁ ଆସିଥାନ୍ତି ।ଅଞ୍ଚଳ ର ୧୦ ଟି ପଞ୍ଚାୟତ ର ହଜାର ହଜାର ଭକ୍ତ ଆସି ରଥ ଟାଣିଥିଲେ ।ରଥରେ ଛେରାପହଁରା କରିଥିଲେ ରମେଶ ଚନ୍ଦ୍ର ପ୍ରଧାନ,ପୂଜକ ବିନୟ ମିଶ୍ର ପୂଜାର୍ଚ୍ଚନା କରିଥିଲେ ।ରଥଯାତ୍ରା ରେ ଗୋଳାଗାଡ଼ିଆ ଗ୍ରାମବାସୀ ସହଯୋଗ କରିଥିଲେ ।ଆଇନ ଶୃଙ୍ଖଳା ରକ୍ଷା ପାଇଁ ମହାବିରୋଡ଼ ଫାଣ୍ଡି ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ର ଙ୍କ ନେତୃତ୍ୱରେ ମହାବିରୋଡ଼ ପୋଲିସ ଶୃଙ୍ଖଳା ରକ୍ଷା କରିଥିଲେ ।