ଟାଙ୍ଗୀ:-୦୯/୦୯(ବିନୁ ଦାସ୍):- ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ପେଟ୍ରୋଲିଂ କରିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରି ପେଟି ପେଟି ଚୋରାମଦ ଜବତ କରିଛନ୍ତି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କୁହୁଡି ଫାଣ୍ଡି ପୋଲିସ । କୁହୁଡି ଫାଣ୍ଡି ଇଲାକାର ହାଟ-ବରଡି ଗ୍ରାମର ପଞ୍ଚାୟତ ନିକଟରୁ ଏହି ସବୁ ଚୋରାମଦ ସହ ଗୋଟିଏ ଅଟୋ ଏବଂ ଗୋଟିଏ ସ୍କୁଟି ଜବତ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ନିକଟସ୍ଥ ସୋରଣ ଗ୍ରାମର ଅକ୍ଷୟ ବେହେରା ଏବଂ ଅଭୟ ବେହେରା । ଏତେ ପରିମାଣର ଏହି ଦେଶୀ ମଦ ଏଠାକୁ କିପରି ଆସିଲା , କିଏ ସେହି ମଦ ମାଫିଆ ? ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଗାଁ-ଗହଳିରେ ଚୋରାମଦ ମାଫିଆଙ୍କ ପାଦୁର୍ଭାବ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ଏନେଇ କୁହୁଡି ଫାଣ୍ଡି ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦୁଇ ଜଣ ଙ୍କୁ କୋର୍ଟ ଚାଲାଣ କରିଛି ବୋଲି କୁହୁଡି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।ସେହିଭଳି ଟାଙ୍ଗୀ ରେ ଅବକାରୀ ଥାନା ଥାଇ ଟାଙ୍ଗୀ, କାଳୁପଡ଼ା ଘାଟ,କୁହୁଡି ସୋରଣ ଅଞ୍ଚଳରେ ଦିନକୁ ଦିନ ପାନ ଦୋକାନ ରେ ମଦ, ଚା ଦୋକାନ ରେ ଗଞ୍ଜେଇ ଏପରିକି କିଛି ଯୁବକ ଧଳା ଜହର ବିକ୍ରି କରି ଅଞ୍ଚଳରେ ଅରାଜକତା ସୃଷ୍ଟି କରୁଛନ୍ତି ହେଲେ ଅବକାରୀ ବିଭାଗ ଲୋକ ଦେଖାଣିଆ କିଛି କେଶ୍ ରୁଜୁ କରି ମାସିକିଆ ବଟି ଆଦାୟ କରି ଗାଁ ଗାଁ ରେ ଅସ୍ଥାୟୀ ମଦ କାଉଣ୍ଟର ଖୋଲିବା ଅବକାରୀ ଥାନା ଟାଙ୍ଗୀ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । କିନ୍ତୁ ସ୍ଥାନୀୟ ପୋଲିସ ପକ୍ଷରୁ ଯେତିକି ଧରପଗଡ଼ ହେଉଛି ଅବକାରୀ ବିଭାଗ ସତେ ଯେମିତି ଚେଇଁ ଶୋଇଛି।