ରାଜଗାଙ୍ଗପୁର ସହରରେ ସଶସ୍ତ୍ର ଡକାୟତି

ରାଜଗାଙ୍ଗପୁର ,୦୯।୦୯(ମନୋଜ ଭୋଳଙ୍କ ରିପୋର୍ଟ)-ଯେଉଁଠି ରାଜଗାଙ୍ଗପୁର ପୋଲିସ ବ୍ରାଉନ ସୁଗାର ବ୍ୟବସାୟୀ ଓ ଖୋଲା ଖୋଲି ମଦ ବିକ୍ରି ଉପରେ ଲଗାମ ଲଗାଇ ଥିବା ବେଳେ ଥାନା ଠାରୁ ମାତ୍ର ୫୦୦ ମିଟର ଦୂର ରେ ଥିବା ଏକ କପଡା ଦୋକାନ ରେ ଗତ କାଲି ହୋଇଥିବା ସଶସ୍ତ୍ର ଡକାୟତି ଘଟଣା ବର୍ତ୍ତମାନ ପୋଲିସ ପାଈଁ ଚାଲେଞ୍ଜ ର ବିଷୟ ପାଲଟିଛି ।

ପ୍ରାପ୍ତ ସୂଚନା ଅନୁଯାଇ ରାଜଗାଙ୍ଗପୁର ସହର ସ୍ଥିତ ଶ୍ରୀବସ୍ତ୍ରମ କପଡା ଦୋକାନୀ ମାଲିକ କମଳ ଅଗ୍ରୱାଲ ଙ୍କ ଘରେ ଗତ କାଲି ବିଳମ୍ବିତ ରାତ୍ରିରେ ହୋଇଥିଲା ସଶସ୍ତ୍ର ଡକାୟତି । ଗତ କାଲି ବିଳମ୍ବିତ ରାତ୍ରି ରେ ୭ଜଣ ଦୁର୍ବୃତ୍ତ ଘରେ ଦୋକାନ ମାଲିକ କମଳ ଅଗ୍ରୱାଲ ଓ ତାଙ୍କ ଧର୍ମ ପତ୍ନୀ ଏକାକୀ ଥିବା ସମୟ ରେ ପଛ କବାଟ ଭାଙ୍ଗି ପଶିଯାଇଥିଲେ । ଦୁର୍ବୁତ୍ତ ମାନେ କମଳ ଅଗ୍ରୱାଲ ଓ ତାଙ୍କ ଧର୍ମ ପତ୍ନୀ ଙ୍କୁ ବାନ୍ଧି ଦେଇ ଥିଲେ । ଦୁର୍ବୃତ୍ତ ମାନେ ମୁହଁ ରେ କପଡା ବାନ୍ଧି ଥିବା ବେଳେ ସେମାନଙ୍କ ପାଖରେ ମାରଣାତ୍ମକ ଅସ୍ତ୍ର ରହିଥିଲା । ସେମାନେ ଦୋକାନ ମାଲିକ ଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ଘରୁ ୧୫ଲକ୍ଷ୍ୟ ଟଙ୍କା ର ସୁନା ଗହଣା ସହ ନଗଦ ୫ଲକ୍ଷ୍ୟ ଟଙ୍କା ଲୁଟି ନେଇଥିଲେ

କୌଶଳ କ୍ରମେ କମଳ ଅଗ୍ରୱାଲ ସେ ସ୍ଥାନରୁ ବାହାରି ଘର ର ପାଚେରୀ ଡେଇଁ ରାଜଗାଙ୍ଗପୁର ଥାନା ରେ ଏ ବିଷୟ ରେ ଅବଗତ କରିଥିଲେ ମଧ୍ୟ ଥାନା ରୁ ସେ ସମୟ ରେ କେହି ଘଟଣା ସ୍ଥାନକୁ ଯାଇନଥିଲେ ବୋଲି ଦୋକାନ ମାଲିକ କମଳ ଅଗ୍ରୱାଲ ପ୍ରକାଶ କରିଛନ୍ତି । ସକାଳେ ରାଜଗାଙ୍ଗପୁର ଥାନା ଅଧିକାରୀ ଓ ରାଜଗାଙ୍ଗପୁର ଏସ ଡ଼ି ପିଓ ଘଟଣା ସ୍ଥଳ ରେ ପହଁଚି ଘଟଣା ର ତର୍ଜମା କରିବା ସହ ତଦନ୍ତ କରିଥିବା ଜଣାପଡିଛି

ରାଜଗାଙ୍ଗପୁର ଥାନା ଠାରୁ ମାତ୍ର ୫୦୦ମିଟର ଦୂରରେ ଏହି ଡକାୟତି ଘଟଣା ପ୍ରଚାରିତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି, ଏବେ ଦେଖିବାକୁ ବାକି ରହିଲା ପୋଲିସ ଏହି ଚାଲେଞ୍ଜ କୁ ନେଇ କେଉଁ ପଦକ୍ଷେପ ନେଉଛି ।