ଭୁବନେଶ୍ୱର ୨୪।୦୪, ଘରେ ଏସି ଲଗାଉଛନ୍ତି ସବଧାନ ହାଇଯାଆନ୍ତୁ । ନଚେତ ଏସି ଜରିଆରେ ଘରକୁ କରୋନା ଆମନ୍ତ୍ରଣ କରିବେ। କାରଣ ବର୍ତମାନ ଯେତେଜଣ କରୋନା ସଂକ୍ରମିତ ହେଉଛନ୍ତି ସେମାନଙ୍କ ଭିତରୁ ୪୦ ପ୍ରତିଶତ ବାୟୁରୁ ସଂକ୍ରମିତ ହେଉଛନ୍ତି। ଏସି ନ ଲାଗାଇବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।
କାରଣ ବାୟୁରେ ବ୍ୟାପୁଛି କରୋନା ଭୁତାଣୁ ଏବେ ଯେତେଜଣ କରୋନା ସଂକ୍ରମିତ ହେଉଛନ୍ତି ସେମାନଙ୍କ ଭିତରୁ ୪୦ ପ୍ରତିଶତ ବାୟୁରୁ ସଂକ୍ରମିତ ହେଉଛନ୍ତି। ତେଣୁ ଘରେ ଅଫିସରେ ଏସି ବ୍ୟବହାର ନ କରିବାକୁ ପରାର୍ମଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହା ସହିତ ଇନଡୋର ମିଟିଂ ଇନଡୋର ଖେଳ ଏପରିକି ଗୋଟିଏ ରୁମରେ ଅଧିକ ଲୋକ ବସି ମିଟିଂ କରିବାକୁ ବାରଣ କରିଛନ୍ତି। ଏହା ସହିତ ବାହାରେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ଆବଶ୍ୟକ ଥିଲେ ବାହାରକୁ ଆସିବା ସହିତ ଦୁଇଟି ପରସ୍ତ ଥିବା ମାସ୍କ ବ୍ୟବହାର କରିବାକୁ ପରାର୍ମଶ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ। ଏପେଟ ସୋଆ ଭିସି କହିଛନ୍ତି ବାୟୁରୁ ସଂକ୍ରମିତ ହେଉଥିଲେ ସାଂଘାତିକ।