କଳାହାଣ୍ଡି, ୫/୧(ପ୍ୟାରିଲାଲ ଦୁର୍ଗା ):-ଓଡିଶା ସରକାରଙ୍କ ରାଜସ୍ଵମନ୍ତ୍ରୀ ଶ୍ରୀ ସୁରେଶ ପୁଝାରୀ ରାଜ୍ୟରେ ବ୍ଲକ୍ ସଂଖ୍ୟା ବଢିପାରେ ବୋଲି ସୂଚନା ପ୍ରଦାନ କରିବା ପରେ ନର୍ଲା ବ୍ଲକ୍ ଅଧିନ ପଲମରେ ନୂତନ ବ୍ଲକ୍ ଗଠନ ନିମନ୍ତେ ଉତ୍ସୂକତା ଦେଖାଦେଇଛି ।ଭୌଗଳିକ ଦୃଷ୍ଟିକୋଣରୁ ପଲମରେ ନୂତନ ବ୍ଲକ୍ ଗଠନ ନିମନ୍ତେ ପଡୋଶୀ ଗ୍ରାମପଞ୍ଚାୟତ ଯଥା:-ଯୋରାଡବରା ,ସାପଲହରା ,ରେଗଡା ,ହାତିଖୋଜ ,ବେଲଖଣ୍ଡି ,ସିର୍ଜାପାଲି ,ତୁଣ୍ଡଲା ,ତୁର୍ଲାଖମନ ,ନୂନମାଠ୍ ,ମୁଡିଙ୍ଗ୍ ,ଟକର୍ଲା ,ଗିଗିନା ,ଘୋଡାବନ୍ଧ ଓ ମୁସ୍କୁଟି ଗ୍ରାମପଞ୍ଚାୟତ ମାନଙ୍କ ସହଯୋଗ ନିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।ପଲମ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ହେମକିଶୋର ନାଗଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ ପୂର୍ବତନ ସରପଞ୍ଚ ଶ୍ରୀ ମହେନ୍ଦ୍ର କୁମାର ଭୋଇ ,ସମିତି ସଭ୍ୟ ଶ୍ରୀ ଭକ୍ତି ନାଗ୍ ,ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଇଶ୍ଵର ଚନ୍ଦ୍ର ମାଝୀ ,ପୂର୍ବତନ ସମିତି ସଭ୍ୟ ଶ୍ରୀ ପୁରନ୍ଦର ସାହୁ ,ପୂର୍ବତନ ଶିକ୍ଷକ ଶ୍ରୀ ଗୌରଚନ୍ଦ୍ର ଗହିର ,ସାମ୍ବାଦିକ ଶ୍ରୀ ଉମାଶଙ୍କର ମିଶ୍ର ,ଶ୍ରୀ ବେଣୁଧର ମାଝୀ ,ପ୍ରଦୀପ କୁମାର ଭୋଇ ,ଅଶୋକ କୁମାର ସାହୁ ,ହେମରାଜ ଜାନୀ ,ନଟବର ସାହୁ ,ରାଧେଶ୍ୟାମ ସାହୁ ,କପିନ୍ଦ୍ର ପାତ୍ର ,ସମସ୍ତ ୱର୍ଡମେମ୍ବରଙ୍କ ମେତ୍ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।ସୂଚନାଯୋଗ୍ୟ ଯେ ଦୀର୍ଘ ୩୫ବର୍ଷ ପୂର୍ବରୁ ପଲମରେ ନୂତନ ବ୍ଲକ୍ ଗଠନ ପାଇଁ ଓଡିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ଵର୍ଗତ ବୀଜୁ ପଟ୍ଟନାୟକ ଓ ପୂର୍ବତନ ଗୃହମନ୍ତ୍ରୀ ସ୍ଵର୍ଗତ ଶ୍ରୀ କିରଣ ଚନ୍ଦ୍ର ସିଂଦେଓଙ୍କ ତତ୍ଵାବଧାନରେ ପଞ୍ଚାୟତ ରାଜ ମନ୍ତ୍ରଙ୍କୁ ସାକ୍ଷାତ କରି ପଲମରେ ନୂତନ ବ୍ଲକ୍ ଗଠନ ନେଇ ଅଞ୍ଚଳ ବାସୀଙ୍କ ଦାବିପତ୍ର ପ୍ରଦାନ କରିଥିଲେ ।ସେହି ସମୟରେ ମୂଖ୍ୟମନ୍ତ୍ରୀ ଥିବା ସ୍ଵର୍ଗତ ବିଜୁ ପଟ୍ଟନାୟକ ସମ୍ମତି ପ୍ରଦାନ କରିଥିଲେ ହେଁ ବ୍ଲକ୍ ପୁନର୍ଗଠନ ପ୍ରକ୍ରିୟା କୌଣସି କାରଣ ବସତଃ ହୋଇପାରି ନଥିଲା ।ଏଣୁ ରାଜ୍ୟରେ ଥିବା ବିଜେପି ସରକାର ଏଥିପ୍ରତି ଦୃଷ୍ଟିଦେଇ ପଲମକୁ ନୂତନ ବ୍ଲକ୍ ଘୋଷଣା କରିବାକୁ ଅଞ୍ଚଳବାସୀ ଉପସ୍ଥାପନ କରିଛନ୍ତି