ଜିଲ୍ଲାରେ ପିଭିଟିଜି ମାନଙ୍କ ପାଇଁ ଆରମ୍ଭ ହେଲା ପିଏମ୍-ଜନମନ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ

ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ ମାନଙ୍କ ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ପାଇଁ ପିଏମ୍-ଜନମନ

ଆଦିବାସୀ ମାନଙ୍କ ସାମାଜିକ-ଅର୍ଥନୈତିକ କଲ୍ୟାଣ ପାଇଁ ସୂଚନା ସହିତ ଏହାର ପରିପୃଷ୍ଠତା ମଧ୍ୟ ଏକାନ୍ତ ଆବଶ୍ୟକ: ଜିଲ୍ଲାପାଳ

ଢେଙ୍କାନାଳ,୨୩.୦୮(ଶୁଭମ ପାଣି):ନାଳ,୨୩.୦୮(ଶୁଭମ ପାଣି):ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG) ପିଭିଟିଜି ମାନଙ୍କ ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖି, କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପିଏମ୍-ଜନମନ ଯୋଜନା । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଏକ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି କହିଛନ୍ତି ଯେ ଆଦିବାସୀ ମାନଙ୍କ ସାମାଜିକ, ଅର୍ଥନୈତିକ କଲ୍ୟାଣ ପାଇଁ ସୂଚନା ସହିତ ଏହାର ପରିପୃଷ୍ଠାତା ମଧ୍ୟ ଏକାନ୍ତ ଆବଶ୍ୟକ । ଏହାକୁ ଜନାଭିମୁଖୀ କରିବାପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ବିଶେଷ କରି ଅନୁସୂଚିତ ଜନଜାତି ଓ ସମନ୍ୱିତ ଆଦିବାସୀ ବିକାଶ ଏଜେନ୍ସି ବିଭାଗରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାର କହିଛନ୍ତି । ଗୁରୁବାର ସଦଭାବନା ସମ୍ମିଳନୀ କକ୍ଷରେ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲାର ସମସ୍ତ ପ୍ରକଳ୍ପ ପ୍ରଶାସକ ମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଯୋଜନାର କାର୍ଯ୍ୟକାରିତା ବିଷୟରେ ପର୍ଯ୍ୟାଲୋଚନା କରିଥିଲେ। ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲାରେ ଏହି ଯୋଜନାରେ ସମୁଦାୟ 7ଟି ବ୍ଲକର 52 ଟି ପଂଚାୟତର 112 ଟି ଗ୍ରାମର 2913ଟି ପରିବାରର (10931ଜଣ ) ଅନ୍ତର୍ଭୁକ୍ତ ଅଟନ୍ତି। ଏଣୁ ସମଗ୍ର ଜିଲ୍ଲାରେ ପିଏମ୍-ଜନମନ ଯୋଜନାକୁ କାର୍ଯ୍ୟକାରୀ କରି ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ମାଧ୍ୟମରେ ଏହି ସମସ୍ତ ଗାଁ ଗୁଡିକୁ ପରିପୃଷ୍ଠ କରିବାପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ ରଖିଛି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାରେ ୨୩ ଅଗଷ୍ଟ ଠାରୁ ଆସନ୍ତା ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପିଏମ୍-ଜନମନ-ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ସମସ୍ତ ପିଭିଟିଜି ଗ୍ରାମ ମାନଙ୍କରେ ଚାଲିବ। ଜିଲ୍ଲାରେ ମୁଖ୍ୟତଃ ଜୁଆଙ୍ଗ ଜନଜାତି ପ୍ରମୁଖ ବିଶେଷ ଭାବରେ ଅନୁନ୍ନତ ଆଦିବାସୀ ଗୋଷ୍ଠୀ ଥିବା ବେଳେ ଏହି ଗୋଷ୍ଠୀ ମାନଙ୍କ ଜୀବନ ଜୀବିକା ଏବଂ ଜୀବନଶୈଳୀକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଏହି ଯୋଜନାକୁ ସମସ୍ତ ହିତାଧିକାରୀ ମାନଙ୍କ ଘରେ ଘରେ ପ୍ରଚାର ଓ ପ୍ରସାର କରିବା ହେଉଛି ପ୍ରଶାସନର ଲକ୍ଷ୍ୟ। ଜିଲ୍ଲାରେ ପିଏମ-ଜନମନ ମାଧ୍ୟମରେ 18ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ୱାରୋପ କରାଯିବ ଏବଂ ପିଭିଟିଜି ପରିବାର ଏବଂ ଘର ଗୁଡ଼ିକୁ ସୁରକ୍ଷିତ ଆବାସ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣ, ବିଦ୍ୟୁତ୍, ସଡ଼କ ଏବଂ ଟେଲିକମ୍ ଯୋଗାଯୋଗ, କୌଶଳ ବିକାଶ, ଉଜ୍ଜଳା ଯୋଜନl ଭଳି ମୌଳିକ ସୁବିଧା ପ୍ରଦାନ କରି ପିଭିଟିଜିର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ବୋଲି ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ କହିଥିଲେ। ଜିଲ୍ଲାପାଳ ଏହା ମଧ୍ୟ କହିଥିଲେଯେ, ଚିହ୍ନଟ ହୋଇଥିବା ଏହି ସମସ୍ତ ପରିବାରଙ୍କ ବର୍ତ୍ତମାନ , ରାସନ କାର୍ଡ ବଣ୍ଟନ, ସହିତ ଆଧାର କାର୍ଡରେ ଯେଉଁ ଅମୂଳକ ଭୁଲ ହୋଇଛି ସେ ସମସ୍ତ କାର୍ଯ୍ୟକୁ ତୁରନ୍ତ ସଠିକ କରିବା ପାଇଁ ପ୍ରଶାସନ କାର୍ଯ୍ୟ କରୁଛି । ଏହି ପ୍ରରିପ୍ରେକ୍ଷୀରେ ଏକ ସଚେତନତା ରଥ କୁ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ lଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ,ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ରୁଦ୍ର ପ୍ରସନ୍ନ ପରିଜା,ବିଭିନ୍ନ ଛପା ଗଣମାଧ୍ୟମ ପ୍ରତିନିଧି ,ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି, ୱେବ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇଥିଲେ l