କଲିକତାର ଏକ ମେଡ଼ିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କ ସହିତ ହୋଇ ଥିବା ବଳାତ୍କାର ଓ ହତ୍ୟା ଭଳି ଜଘନ୍ୟ ଅପରାଧକୁ ବିରୋଧ କରି ଆଜି ଢେଙ୍କାନାଳର ଇନର ହୁଇଲ କ୍ଲବ୍ ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରାର ଆୟୋଜନ କରା ଯାଇ ଥିଲା। ଶୋଭାଯାତ୍ରାଟି ବସ ଷ୍ଟାଣ୍ଡ ନିକଟସ୍ଥ ହନୁମାନ ବାଟିକାରୁ ଆରମ୍ଭ ହୋଇ ଟାଉନ ହଲ୍ ପର୍ଯ୍ୟନ୍ତ ଯାଇଥିଲା ଏବଂ ସେଠାରୁ ଆସି ଜିଲ୍ଲାପାଳଙ୍କ ଅଫିସ ନିକଟରେ ମହମବତୀ ପ୍ରଜ୍ବଳିତ କରାଯାଇଥିଲା ଓ ନୀରବ ପ୍ରାର୍ଥନା ସହିତ ସେଇ ମହିଳା ଡାକ୍ତରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଅପରାଧୀକୁ ଉଚିତ ଦଣ୍ଡବିଧାନ କରା ଯାଇ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ଓ ନାରୀ ସୁରକ୍ଷା ନିମନ୍ତେ ନୂତନ ଆଇନ ପ୍ରଣୟନ କରିବାକୁ ମଧ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଇନର ହୁଇଲ କ୍ଲବ୍ ର ସଭାନେତ୍ରୀ, ସମ୍ପାଦିକା,ଏଡିଟର, କୋଷାଧ୍ୟକ୍ଷାଙ୍କ ସମେତ ଅନ୍ୟ ସଦସ୍ୟା ବୃନ୍ଦ, ଢେଙ୍କାନାଳ ରାଜ ପରିବାରର ସଦସ୍ୟା , ରୋଟାରୀ କ୍ଲବ୍ ,ମାରୱାଡି ମହିଳା ସମିତି, ରୋଟାରା କ୍ଟ କ୍ଲବ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସଦସ୍ୟା,
ବିଶ୍ୱ କୁନ୍ତଳ ଶିଶୁଗୃହର ସେକ୍ରେଟାରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ସର୍ବୋଦୟ କର୍ମୀମାନେ ଯୋଗ ଦେଇ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହିତ ନାରୀ ସୁରକ୍ଷା ଦିଗରେ ସରକାର ବିଶେଷ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସମସ୍ତେ ମତ ଦେଇ ଥିଲେ।