ରାୟଗଡା ସହର ରେ ତିନୋଟି ସ୍ଥାନ ରେ ବିଷୁବ ବନ୍ଧୁ ମିଳନ ଧୂମଧାମ ରେ ପାଳିତ

ରାୟଗଡା,୧୫.୦୪(ଅମୁଲ୍ୟ ନିଶଙ୍କ):ରାୟଗଡା ସହର ରେ ବିଜୁ ପଟ୍ଟନାୟକ ଅଡିଟରୟମ, ଅଶୋକ କଲ୍ୟାଣ ମଣ୍ଡପ ଓ ହୋଟେଲ ତେଜସ୍ୱୀ ସମୁଖ ପଡିଆ ଠାରେ ମୋହ ଧୁମ ଧାମ ରେ ଓଡ଼ିଆ ନବ ବର୍ଷ ସହିତ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି l ତେଜସ୍ୱୀ ପଡିଆ ଠାରେ ଏନ ଭାସ୍କର ରାଓ ଙ୍କୁ ଅଧକ୍ଷତା ରେ ବିଶ୍ୱ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିବା ବେକେ ଅଶୋକ ଜଲ୍ୟାଣ ମଣ୍ଡପ ଠାରେ ରାୟଗଡା ସହର ୟୁବ ଗୋଷ୍ଠି ଙ୍କୁ ଦ୍ୱାରା ଓ ବିଜୁ ପଟ୍ଟନାୟକ ଅଡିଟରୟମ ଠାରେ ନିରଞ୍ଜନ ବିକସିପାତ୍ର ବକ ସଭାପତି ତ୍ବ ରେ ଏଗୁଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜଗନ୍ନାଥ ମନ୍ଦିର ରୁ ଆଜ୍ଞାମାଳ ଆଣିବା ପରେ ବିଜୁ ପଟ୍ଟନାୟକ ଅଡିଟରୀୟମ ଠାରେ ପଣ୍ଡିତ ମାନଙ୍କ ଦ୍ୱାରା ଵିଧି ମୁତାବକ ପୂଜାର୍ଚନା କରି ନୂତନ ପାଞ୍ଜି ପଠନ ବଣ୍ଟନ କରାଯାଇଥିଲା l ପରେ ପରେ ସ୍ଥାନୀୟ କଳାକାର ଓ ରାୟଗଡା ର ସୁପ୍ରସିଦ୍ଧ ଗାୟିକା ଅନୁରୋଧ ପାଣିଗ୍ରାହୀ ଭଜନ ମାନ ଗାନ ଜରିଥିଲେ ଭଜନ ପରେ ଆଧୁନିକ ଗାନା ସହିତ ସାଂକୃତିକ କାର୍ଯ୍ୟକ୍ରମ ନୃତ୍ୟ ପରିବେଷଣ ହୋଇଥିଲା l ଆଜିର ଏହୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସେବା ସମାଜ ର ଛାତ୍ରୀଙ୍କ ଦ୍ୱାରା ପରିବେଷଣ ସମ୍ବଲପୁରୀ ନୃତ୍ୟ ରେ ଆଜିର ବିଶିଷ୍ଟ ସିନେଜଗତ ର ସୁଶ୍ରୀ ସବିତା କୁନି କୁନି କଳାକାର ଙ୍କ ସହିତ ନୃତ୍ୟ ଦର୍ଶକ ଙ୍କୁ ବେଶ ମସନମୋହିଥିଲା l ବିଶ୍ୱ ମିଳନ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର ବିଜେତା ଙ୍କୁ ପୁରସ୍କାର କମିଟି ପକ୍ଷରୁ ବିତରଣ କରାଯାଇଥିଲା l ଦର୍ଶକ ନିମନ୍ତେ ପଣା ଓ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ, ରାୟଗଡା ବିଧାୟକ ପ୍ରାର୍ଥୀନୀ ଅନୁସୟା ମାଝୀ ପି ଗୌରୀ ଶଙ୍କର ରାଓ, କୋଳନରା ଜ଼ିଲ୍ଲା ପରିଷଦ ସଭ୍ୟ ଧବଳେଶ୍ୱର ନାଇଡ଼ୁ, ରାୟଗଡା ଜ଼ିଲ୍ଲା ର ବିଭିନ୍ନ ବ୍ଲକ ଅଧକ୍ଷ ଅଧକ୍ଷା, ସରପଞ୍ଚ ଙ୍କୁ ସହିତ ପ୍ରାୟ 8 ହଜାର ରୁ ଉର୍ଦ୍ଧ ଦର୍ଶକ ଯୋଗ ଦେଇ ସଂସ୍କୃତିକ କାର୍ଯ୍ୟକ୍ରମ ର ବେଶ ମଜା ନେଇଥିଲେ l ଏହି କାର୍ଯ୍ୟକ୍ରମ କୁ ପୌର ଉପାଧକ୍ଷା ଶୁଭ୍ରା ପଣ୍ଡା, ଦେବାଶିଷ ଖାଡ଼ଙ୍ଗା, ଟିଟ ରଥ, ବୁଲା ପାଢ଼ୀ, ସତ୍ୟ ପାଢ଼ୀ, ଅଶୋକ ପଣ୍ଡା ଅତି ସୁନ୍ଦର ଭାବେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l କମିଟି ସଭାପତି ନିରଞ୍ଜନ ବକ୍ସିପାତ୍ର ଦର୍ଶକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରୁଥିବା ରୁ ସମସ୍ତ ଦର୍ଶକ ଙ୍କୁ କୃତଜ୍ଞତା ଜଣାଇଛନ୍ତି l ତେଜସ୍ୱୀ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହମରିକା, ବିଜେଡି କୋରାପୁଟ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା, ରାୟଗଡା ବିଧାୟକ ପ୍ରାର୍ଥୀନୀ ଅନୁସୟା ମାଝୀ ଓ ପୌର ପରିଷଦ ର ନିର୍ବାଚିତ ଜନ ପ୍ରତନିଧି ମାନେ ଅତିଥି ଭାବେ ଯୋଗ ଦେଉଥିଲେ l