ଢେଙ୍କାନାଳ,୧୪/୪(ଶୁଭମ ପାଣି): ଢେଙ୍କାନାଳ ସହର ବାଜିଚୌକି ମା’ ବ୍ରାହ୍ମଣୀଦେଇ କେବିନ୍ ସଂଘ ତରଫରୁ ମହା ବିଷୁବସଂକ୍ରାନ୍ତି ଉପଲକ୍ଷେ ପଣାର ଆୟୋଜନ କରିଥିଲେ । ଆଜକୁ ଏହା ୧୭ ବର୍ଷ ହେବ ପଣା ଆୟୋଜନ କରାଯାଉଅଛି । ଉକ୍ତ ପଣାକୁ ପଥକମାନେ ମନଭରି ପାନ କରିଥାନ୍ତି । ଦହି, କ୍ଷୀର, କଦଳୀ, ନଡିଆ, ଚିନି, ବିଭିନ୍ନ ବୁନ୍ଦି ଓ ମିଠାରେ ତିଆରି ଉକ୍ତ ପଣାକୁ ତିଆରି କରାଯାଇଥାଏ । ଏହି କାର୍ଯ୍ୟକ୍ରମକୁ ମୁନା ପଧାନ, କୈଳାସ ସେଠୀ, ରାଜେଶ ସାହୁ, ସନ୍ତୋଷ ସାହୁ, ପପୁ ନାୟକ, ଶିବ ବାରିକ, ସୁବାଷ ମହାରଣା ପ୍ରମୁଖ ଓ ଉଠା ବ୍ୟବସାୟୀ ମାନଙ୍କ ଆୟୋଜନରେ ଅନୁଷ୍ଠିତ ହୋଇଥିଲା ।