ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ସହର ମୀନାବଜାର ପୂଜା କମିଟିର ଉପାଧ୍ୟକ୍ଷ ତଥା ବିଶିଷ୍ଟ ବ୍ୟବସାୟୀ ପ୍ରଦ୍ୟୁମ୍ନ କୁମାର ଦେବତା (ପଦନ ଦେବତା)ଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି । ୧୯୪୮ ମସିହା ଅକ୍ଟୋବର ମାସ ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଗତ ଫେବୃଆରୀ ମାସ ୨୯ ତାରିଖରେ ୬୬ ବର୍ଷ ବୟସରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଥିଲା। ସେ ଢେଙ୍କାନାଳର ବିଶିଷ୍ଟ ବ୍ୟବସାୟୀ ତଥା ପୂର୍ବତନ ନଗରପାଳ v ନଟବର ଦେବତାଙ୍କ ମଧ୍ୟମ ପୁତ୍ର ଥିଲେ । ସେ ଜଣେ ମିଷ୍ଟଭାଷି, ମେଳାପି ଓ ପରୋପକାରୀ ବ୍ୟକ୍ତି ଥିଲେ । ଆଜି ତାଙ୍କର ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଦେବତାଙ୍କ ଫଟୋ ଚିତ୍ରରେ ପୁଷ୍ପ, ଧୂପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, କାଉନ୍ସିଲର ନିରୋଦ କୁମାର ସାହୁ, ସ୍ଥାନୀୟ ପୂଜା କମିଟିର ସମସ୍ତ କର୍ମକର୍ତା ରବିନାରାୟଣ ମହାନ୍ତି, ପିତବାସ ସାହୁ, ଟ୍ରଷ୍ଟ ବୋର୍ଡର ବିରଂଚି ନାହାୟଣ ସାହୁ, ପ୍ରଫୁଲ୍ଲ କୁମାର ବେହେରା, ଜିତେନ୍ଦ୍ର ପଟ୍ଟନାୟକଙ୍କ ସହିତ ତାଙ୍କର ଏକମାତ୍ର ପୁତ୍ର କାର୍ତିକ ଦେବତା, ଝିଅ ଓ କ୍ୱାଇଁ, ପୁତୁରା ଲୋକନାଥ ଦେବତା, କୃଷ୍ଣ ଦେବତା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମସ୍ତ ପରିବାର ଓ ଜ୍ଞାତି କୁଟୁମ୍ବମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।