ରାୟଗଡା,(ଅମୁଲ୍ୟ ନିଶଙ୍କ): ରାୟଗଡା ସହର ର ଅଗ୍ରଣୀ ଅନୁଷ୍ଠାନ ଶକ୍ତି ବାହିନୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ମହାସୋମାରୋହ ରେ ସ୍ଥାନୀୟ କୃଷ୍ଣ ଚନ୍ଦ୍ର ନଗର ଭବନ ଠାରେ ପାଳିତ ହୋଇଯାଇଛି l 8 ତାରିଖ ରେ ମହାଶିବରାତ୍ରି ପଡିଥିବାରୁ ଏହି ମହିଳା ଦିବସ କୁ ଆମ ଅନୁଷ୍ଠାନ 10 ତାରିଖରେ ପାଳନ କରୁଛୁ ବୋଲି ସଭାନେତ୍ରୀ ଶୁଭ୍ରା ପଣ୍ଡା କହିଥିଲି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ରୋଇତ, ସମ୍ମାନିତ ଅତିଥି ଭାବେରାୟଗଡା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ,ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷା ଡ଼କ୍ଟର ବୋବିଳତା ଶରଫ, ଜ଼ିଲ୍ଲା ବ୍ରାହ୍ମଣ ସମାଜ ସଭାପତି ମଦନ ମୋହନ ପାଢ଼ୀ ଯୋଗ ଦେଇ ଜଗତ ର ନାଥ ଜଗନ୍ନାଥ ଓ ମା ମଝିଘରିଆଣି ଙ୍କ ଙ୍କ ଫୋଟ ଚିତ୍ର ରେ ପୁଷ୍ପା ମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭଆରମ୍ଭ କରିଥିଲେ l ପ୍ରଥମେ ଅନୁଷ୍ଠାନ ମହିଳା ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ସହିତ ଅତିଥି ମାନ ଙ୍କୁ ପୁଷ୍ପା ଗୁଚ୍ଛ ସହିତ ଏକ ବୃକ୍ଷ ଚାରା ସହିତ ଉପଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା l ଶକ୍ତି ବାହିନୀ ସମ୍ପାଦିକା ମିନା କୁମାରୀ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ l ଶକ୍ତି ବାହିନୀ ର ମହିଳା ମାନଙ୍କୁ ସ୍ଵଭାଵଲମ୍ବୀ କରିବା ପାଇଁ ଲକ୍ଷ ରଖି ସରକାର ଙ୍କ ଦ୍ୱାରା ପ୍ରଣିତ ଯୋଜନା ରେ ସାମିଲ ହେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠି ଓ ମିଶନ ଶକ୍ତି ଗ୍ରୁପ ଗଢ଼ା ହୋଇଛି l ବର୍ତମାନ ସୁରଭି ଓ ପ୍ରଗତି ନାମକ ଦୁଇଟି ଗ୍ରୁପ ପଞ୍ଜିକରଣ ହୋଇପାରିଛି ଓ ଆଗକୁ ମଧ୍ୟ୍ୟ ଏହି ଯୋଜନା କାର୍ଯ୍ୟକ୍ଷେମ ପାଇଁ ଲକ୍ଷ ରହିଛି l ଶକ୍ତି ବାହିନୀ ର ଏକ ସଦସ୍ୟା ସୌଦାମିନୀ ଆଚାର୍ଯ୍ୟ ଇତି ମଧ୍ୟରେ ଡକଟେରୀଟ ପାଇଛନ୍ତି ଯାହାକି ଆମ ଶକ୍ତି ବାହିନୀ ପାଇଁ ଏକ ଗୌରବ ଓ ଗୌରବ ବୋଲି ସଭାନେତ୍ରୀ ଶୁଭ୍ରା କହିଥିଲେ l ଏହି. ମହିଳା ଦିବସ ପାଳନ କରିବାର ଏକ ମାତ୍ର ଲକ୍ଷ ମହିଳା ମାନଙ୍କ ଭିତରେ ଲୁକାହିତ ଭାବେ ରହିଥିବା ପ୍ରତିଭା କୁ ବାହାର କୁ ଆଣିବା ସହିତ ମହିଳା ଙ୍କୁ ସଶକ୍ତି କରଣ କରିବା ର ବାଟ ଦେଖାଇବସ ପାଇଁ ଶକ୍ତି ବାହିନୀ ବଧ ପରୀକର ବୋଲି ସମ୍ପାଦିକା ଓ ସଭାନେତ୍ରୀ କହିଥିଲେ l ପରିଶେଷରେ ଅନୁଷ୍ଠାନ ର ମହିଳା ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l