ଆଠମଲ୍ଲିକ,(ବୁଲୁ ଦଳେଇ):- ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ସୂଚନା ଭବନ ସମ୍ମୁଖରେ ଓଡ଼ିଶା ସରକାର ଙ୍କ ସାମାଜିକ ସୁରକ୍ଷା ଯୋଜନା ବିଭାଗ ପକ୍ଷରୁ ଉପଖଣ୍ଡ ସ୍ତରୀୟ ଆନ୍ତର୍ଜାତୀୟ ହ୍ଵିଲି ଚେୟାର ଦିବସ ପାଳିତ ହୋଇଯାଇଛି । ଉପଖଣ୍ଡ ସ୍ତରୀୟ ଚିକିତ୍ସାଧିକାରୀ ଅଶ୍ଵକ କୁମାର ମଲ୍ଲିକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ର ଉପରେ ପୁଷ୍ପ ମାଲ୍ୟ ଦେଇ ଧୂପ ଲଗାଇ ଆନୁଷ୍ଠାନିକ ଭାବେ ଦିବସ କୁ ଉଦ୍ଘାଟନ କରିଥିଲେ । ଆସିଷ୍ଠାଣ୍ଡ କଲେକ୍ଟର ସୁଜିତ୍ କୁମାର ଭୋଇ, ବ୍ଲକ ଶିକ୍ଷାଧିକାରୀ ଦାଶରଥି ସୁଣ୍ଢି , ଶିଶୁ ପ୍ରକଳ୍ପ ଅଧିକାରୀ ତରଙ୍ଗିଣୀ ମିର୍ଦ୍ଧା, ଅତିରିକ୍ତ ଯୋଗଣ ଅଧିକାରୀ ଶିବାଶିଷ ଜେନା ସନମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗ ମାନେ ନିଜକୁ ଦୁର୍ବଳ ମନେ ନକରି ସବଳ ଭାବେ ରହିବା ପାଇଁ ପାଲା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇ ଥିଲା । ପରେ ପରେ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ନିଜ ନିଜ ଭିତରେ ବାଦ୍ୟ ନାଚ ଗୀତ ମାଧ୍ୟମରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏଥିରେ ୧୦୦ ରୁ ଉର୍ଦ୍ଧ ଭିନ୍ନ କ୍ଷମ ଦିବ୍ୟାଙ୍ଗ ଯୋଗ ଦେବା ସହିତ ବହୁ ଦର୍ଶକ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ । ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ନିକୁଞ୍ଜ ବିହାରୀ ଦାସ ଶାନ୍ତି ଶୃଙ୍ଖଳା ରେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।