ଢେଙ୍କାନାଳରେ ଆମ ପୋଖରୀ କାର୍ଯ୍ୟକ୍ରମରେ ତିନି ଗୋଟି ପୋଖରୀର ନବୀକରଣ କାର୍ଯ୍ୟ ନିମନ୍ତେ ଶିଳାନ୍ୟାସ

ଢେଙ୍କାନାଳ, ତା. ୨୬.୦୨:- ମୁଖ୍ୟ ମନ୍ତ୍ରୀଙ୍କ କର୍ମତତ୍ପର ଅଭିଯାନରେ ଢେଙ୍କାନାଳ ସହର ମଧ୍ୟରେ ଥିବା ପ୍ରମୁଖ ୩ ଗୋଟି ପୋଖରୀର ନବୀକରଣ କାର୍ଯ୍ୟ ନିମନ୍ତେ ଆଜି ଅପରାହ୍ନରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ସୁଧୀର କୁମାର ସାମଲ, ପୌର ପାଳିକାର ମାନ୍ୟବର ଅଧ୍ଯକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଉପାଧାକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର କୁଅଂର, ପୌର ନିର୍ବାହୀ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତ, ପୌର ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ରଙ୍କ ସମେତ ସମ୍ପୃକ୍ତ ୱାର୍ଡର ପରିଷଦ ମାନେ ଏବଂ ସ୍ଥାନୀୟ ବାସିନ୍ଦା ଏହି ଉତ୍ସବ ରେ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ, ପୋଖରୀ ର ନବୀକରଣ ନିମନ୍ତେ ୪ ନମ୍ବର ୱାର୍ଡ ସ୍ଥିତ ଭାଗୀରଥୀ ସାଗର ନିମନ୍ତେ ୧୮୭.୩୩ ଲକ୍ଷ ଟଙ୍କା, ୧୭ ନମ୍ବର ୱାର୍ଡ ସ୍ଥିତ ଗୋପାଳ ସାଗର ନିମନ୍ତେ ୨୭.୪୩ ଲକ୍ଷ ଏବଂ ୬ ନମ୍ବର ୱାର୍ଡ ସ୍ଥିତ ଗୋଡି ପୋଖରୀ ନିମନ୍ତେ ୫୫.୯୯ ଲକ୍ଷ ଟଙ୍କା ବ୍ୟୟରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା କରାଯିବ ।