ଢେଙ୍କାନାଳ, ୨୬/୨: ଓଡାପଡା ବ୍ଲକ୍ ଅନ୍ତର୍ଗତ ଦାଣ୍ଡିମାଳ ଅଂଚଳର ଅଙ୍କରାନ୍ତିପୁର ଗ୍ରାମରେ ଶ୍ରୀ ଶ୍ରୀ ମହାରୁଦ୍ରେଶ୍ବର ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଅଛି । ଏଥିରେ ଗ୍ରାମବାସୀ ତଥା ଦାଣ୍ଡିମାଳର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି । ଗତ ୨୫ ତାରିଖରେ କଳଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ପୂଜକ ସୁରେଶ ଭୂଷଣ ନନ୍ଦ ଏବଂ ତାଙ୍କ ସହଯୋଗୀମାନଙ୍କ ସହିତ ଶାଲା ପୂଜା, ସୂର୍ଯ୍ୟ ପୂଜା, ଅଧ୍ଭାଷଣ, ସ୍ନାନ, ପଂଚକଳସ ପୂଜା, ବାସ୍ତୁ ପୂଜା, ଗ୍ରହ ପୂଜା, ଇନ୍ଦ୍ର- ଇନ୍ଦ୍ରାଣୀ ପୂଜା ଓ ଗ୍ରାମ ପ୍ରତିଷ୍ଠା, ଗର୍ଭସ ଧନ, ହୋମ, ଧ୍ୟାନ ସ୍ଥାପନ, ରତ୍ନ କଳସ ସ୍ଥାପନ, ରତ୍ନମୁଦ, ପୂର୍ଣାହୁତି, ବଳିଦାନ ଇତ୍ୟାଦି ପୂଜା କରାଯାଇ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ଏଥିରେ ଅଙ୍କରାନ୍ତିପୁରର ଗ୍ରାମବାସୀବୃନ୍ଦ ପୂର୍ଣ ସହଯୋଗ କରିଥିଲେ । ଦିବା ୧ ଘଟିକା ଠାରୁ ପ୍ରସାଦସେବନ ହୋଇଅଛି । ସନ୍ଧ୍ୟାରେ ଅଙ୍କରାନ୍ତିପୁରର ସଂକୀର୍ତନ ମଣ୍ଡଳୀ, ବାଘଲୁଣ୍ଡା ସଂକୀର୍ତନ ମଣ୍ଡଳୀ ଓ କାଙ୍କଡପାଳ ସଂକୀର୍ତନ ମଣ୍ଡଳୀ ମହାଆଡମ୍ବରରେ ସମାରୋହ ହୋଇଅଛି ।