ଜୋର ଧରୁଛି ସୁବଳୟାକୁ ଏନଏସି ଘୋଷଣା ଦାବୀ,ଆସନ୍ତାକାଲି ୧୨ ଘଂଟିଆ ସୁବଳୟା ବନ୍ଦ ଡାକରା

ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ଜୋର ଧରୁଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରକୁ ଏନଏସି ଘୋଷଣା ଦାବୀ । ଗତ ଶନିବାର ଦିନ ସରକାର ରାଜ୍ୟର ୩୪ ଗୋଟି ଏବଂ ଗତକାଲି ପୁନର୍ବାର ବୀରମହାରାଜପୁରକୁ ଏନଏସି ଘୋଷଣା କଲାପରେ ଏବେ ସୁବଳୟାକୁ ଏନଏସି ଘୋଷଣା ଦାବୀ ଜୋର ଧରିଛି । ଆଜି ଏନେଇ ସୁବଳୟା କ୍ରୀୟାନୁଷ୍ଠାନ କମିଟୀ ପକ୍ଷରୁ ପ୍ରସ୍ତୁତି ବୈଠକ ପରେ ସହରରେ ପ୍ରତ୍ୟେକ ଘରୁ ପୁରୁଷ ଓ ମହିଳାମନେ ବାହାରି ସହରରେ ଶୋଭାଯାତ୍ରା କରିଛନ୍ତି । ଏହାସହ ଆସନ୍ତାକାଲି ସୁବଳୟାକୁ ୧୨ ଘଂଟିଆ ବନ୍ଦ ଡାକରା ମଧ୍ୟ ଦିଆଯାଇଛି । ଐତିିହାସିକ ସୁବଳୟା ସହର ରାଜା ରାଜୁଡା ଅମଳରେ ଏକ ମୁନିସିପାଲିଟି ଥିବାବେଳେ ଏବେ ସୁବଳୟାକୁ କାହିଁକି ଏନଏସି ମାନ୍ୟତା ଦିଆଯାଉନାହିଁ ବୋଲି ଦାବୀ ହେଉଛି । ତୁରନ୍ତ ରାଜ୍ୟ ସରକାର ସୁବଳୟାକୁ ଏନଏସି ଘୋଷଣା ନକଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ସୁବଳୟା ସହରବାସୀ ।