ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ବୀରମହାରାଜପୁର ବିଧାୟକ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ସାମଗ୍ରିକ ବିକାଶ ଓ ଉନ୍ନତି ନିମନ୍ତେ ସଦା ସର୍ବଦା ପ୍ରୟାସ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ମୁଖ୍ୟବକ୍ତା ଭାବରେ ଶିକ୍ଷା ଓ ସଂସ୍କୃତି ଗବେଷକ ଡ଼ଃ. ଅନିରୁଦ୍ଧ କୁରକୁରିଆ ଯୋଗଦାନ କରି କୋମଳମତି ଛାତ୍ରଛାତ୍ରୀ ମାନଙ୍କ ସଫଳତା ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ମାତାପିତାଙ୍କ କର୍ତ୍ତବ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ସମ୍ମାନୀତ ଅତିଥି ଭାବରେ ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଯୁବ ସମାଜସେବୀ କୃତିବାସ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକେଶ ଭୋଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ସ୍ଥାନୀୟ ସରପଞ୍ଚ ନିବେଦିତା ମିଶ୍ର ପ୍ରମୁଖ ଯୋଗଦାନ କରି ବିଦ୍ୟାଳୟରେ ସାମଗ୍ରିକ ବିକାଶ ଓ ଉନ୍ନତି ନିମନ୍ତେ ସଦା ସର୍ବଦା ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ତଥା ଲେଖକ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା,ଅବସର ପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର ବଘାର ଓ ଯୁବ ଚିତ୍ରଶିଳ୍ପୀ ତଥା କବି ଶୁଭେନ୍ଦୁ ମେହେରଙ୍କୁ କଣ୍ଠଶିଳ୍ପୀ ବୀରେନ୍ଦ୍ର ଜଗଦଲା, ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଚୈତନ୍ୟ ଜଗଦଲା, ଅଜିତ ଧରୁଆ,ଶିକ୍ଷକ ତଥା କବି ହୃଷିକେଶ ଚାନ୍ଦ, ବୈକୁଣ୍ଠ ପଧାନ, ଗ୍ରାମୋତ୍ଥାନର ମୁଖ୍ୟ ପ୍ରତାପ ପଧାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଶିକ୍ଷକ ହୃଷିକେଶ ଚାନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ l ଶେଷରେ ଶିକ୍ଷକ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବରିଷ୍ଠ ଶିକ୍ଷକ ବିଭୀଷଣ ଧରୁଆ, ଜିତେନ୍ଦ୍ର ପର୍ଡିଆ, ସରତ ନାଏକ, ରଞ୍ଜିତା ପାଣିଗ୍ରାହୀ, ପ୍ରଭାସ ମେହେର, ଯୁଗଳ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ କୁମାରୀ ପ୍ରସିଦ୍ଧା ପରମଜ୍ୟୋତି ସାଗର ପଶ୍ଚିମ ଓଡିଶା ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ୱତନ୍ତ୍ର ସ୍ଥାନ ଏବଂ କୁମାରୀ ଅର୍ଚ୍ଚିତା ମେଣ୍ଡିଲି ସୃଜନଶୀଳତାରେ ବିଜୟୀ ହୋଇଥିବାରୁ ଉଭୟଙ୍କୁ ସ୍ୱତନ୍ତ୍ର ଭାବରେ ପୁରସ୍କୃତ କରାଯାଇଥିଲା l ଏପରିକି ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବର ତଥା ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟର ତ୍ରୈମାସିକ ପ୍ରାଚୀରପତ୍ରିକା ଅନ୍ଵେଷାକୁ ଅତିଥିମାନେ ଉନ୍ମୋଚନ କରିବା ସହିତ ପଠନ ମଧ୍ୟ କରିଥିଲେ l ନୃତ୍ୟ ନିର୍ଦ୍ଦେଶକ ପ୍ରାଣକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର କୁନି ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଲେଖରାଜ ସାଗର, ସକ୍ରିୟ କମିଟି ସଦସ୍ୟ କୁଶ ବଘାର, ରଞ୍ଜିତ ଜଗଦଲା, ନାଏକ ଜଗଦଲା, ସୁବାଷ ମହାକୁର, ବିଷିକେଶନ ମହାକୁର, ବଳରାମ ସିଂ, ଅବଧୂତ ପ୍ରଧାନ, ଗୌର କର୍ଣ୍ଣ, ନିର୍ମଳ ଜଗଦଲା, ନରେନ୍ଦ୍ର ପଧାନ ତଥା ଗ୍ରାମବାସୀ, ସମସ୍ତ ଅଭିଭାବକ ଅଭିଭାବିକାଙ୍କ ସମେତ ଅଞ୍ଚଳବାସୀ ବାର୍ଷିକ ଉତ୍ସବରେ ପୂର୍ଣ୍ଣ ସହଯୋଗ କରି ବାର୍ଷିକ ଉତ୍ସବଟିକୁ ସାଫଲ୍ୟମଣ୍ଡିତ କରିଥିଲେ l