ଜଳଯୋଗାଣ ନିମନ୍ତେ ମାଡୁଆ ତଅଁଳାସାହିବାସୀନ୍ଦା ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ଢେଙ୍କାନାଳ,୨୧/୨(ଶୁଭମ ପାଣି):ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ମାଡ଼ୁଆ ତଅଁଳାସାହିର ଅଧୂବାସୀମାନେ ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ଆଜି ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଗ୍ରାମବାସୀମାନେ ଦୀର୍ଘ ୩୦ ବର୍ଷ ହେବ ପାନୀୟ ଜଳ ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ସରଫଚ ଓ ସରକାରୀ କର୍ମଚାରୀମାନଙ୍କୁ ବହୁବାର ଅବଗତ ତଥା ଆପତି ଜଣାଇ ଆସୁଥିଲେ ମଧ୍ଯ ଏହାର କୌଣସି ଅଦ୍ୟାବଧୂ ସମାଧାନ ହୋଇପାରିଲା ନାହିଁ। ଗ୍ରାମରେ ନଳକୂପ ରହିଥିଲେ ମଧ୍ୟ ସେଥ୍ ମଧ୍ୟରୁ କେତେକ ଅଚଳ ହୋଇ ପଡିଛି ଓ କେତେକ ନଳକୂପରୁ ଗୋଳିଆପାଣି ବ୍ୟବହାର କରୁଥିବାରୁ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ମହିଳାମାନେ ଗ୍ରାମ ଠାରୁ ପ୍ରାୟ ୧ କିମି ଦୂରକୁ ଯାଇ ପାଣି ଆଣିବାରେ ବହୁତ ଅସୁବିଧା ତଥା କଷ୍ଟ ଭୋଗୁଛନ୍ତି। ତେଣୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ସୁବିଚାର କରି ପାଇପ୍ ଯୋଗେ ଜଳ ଯୋଗାଣ କରିବା ପାଇଁ ଜିଲ୍ଲାପାଳ ପଦକ୍ଷେ ନେବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖୂତ ଅଭିଯୋଗ ଜଣାଅଛନ୍ତି । ଏହି ଅଭିଯୋଗ ପତ୍ର ପ୍ରଦାନ ବେଳେ ଗ୍ରାମର ଡଲି ବେହେରା, କନକ ବେହେରା, ଚୁହି ବେହେରା, ପୁଲସ୍ତି ବେହେରା, ସବିତା ବେହେରା, ସୁଜାତା ବେହେରାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।