ଜିଲ୍ଲାପାଳ ଙ୍କ ସହିତ ବୀରମହାରାଜପୁର ସରପଞ୍ଚ ସଂଘର ସୌଜନ୍ୟ ମୂଳକ ସାକ୍ଷାତ ଗ୍ରାମ ପଞ୍ଚାୟତ ଉନ୍ନୟନ ପ୍ରକ୍ରିୟା ରେ ସମ୍ପୂର୍ଣ୍ଣ ସହଯୋଗ କରିବ ପ୍ରଶାସନ : ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ

ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଲକ୍ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ ଙ୍କ ନେତୃତ୍ୱରେ ସରପଞ୍ଚ ମାନେ ଜିଲ୍ଲପାଳ ଅନ୍ୟା ଦାସଙ୍କୁ ତାଙ୍କ କାର୍ଯ୍ୟଳୟ ରେ ସୌଜନ୍ୟ ମୂଳକ ସାକ୍ଷାତ କରି ଗ୍ରାମ ପଞ୍ଚାୟତ ଉନ୍ନୟନ ପ୍ରକ୍ରିୟା ରେ ପ୍ରଶାସନର ସହଯୋଗ କାମନା ଓ ଆଲୋଚନା କରିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ସରପଞ୍ଚ ମାନେ ଵୀରମହାରାଜପୁର ବ୍ଲକ୍ ରୁ ଦୁଇ ଜଣ କନିଷ୍ଠ ଯନ୍ତ୍ରୀ, ଜଣେ ସହକାରୀ ଯନ୍ତ୍ରୀ ଙ୍କୁ ଡେପୁଟେସନ ରେ ଅନ୍ୟତ୍ର ବଦଳି କରିବା, ଜଣେ ଅବସର ଅପେକ୍ଷା ରେ ଥିବା କନିଷ୍ଠ ଯନ୍ତ୍ରୀ ଙ୍କୁ ବ୍ଲକ୍ ରେ ନିୟୋଜିତ କରିବା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ବ୍ଲକ୍ ଉନ୍ନୟନ ପ୍ରକ୍ରିୟା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଯୋଗୁଁ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଅଞ୍ଚଳର ଉନ୍ନୟନ କାମ ରୂପାୟନ ରେ ବ୍ୟାପକ ବାଧା ସୃଷ୍ଟି ହେଉଥିବାରୁ ଡେପୁଟେସନ ପ୍ରତ୍ୟାହାର ଓ ଅଧିକ କନିଷ୍ଠ ଯନ୍ତ୍ରୀ ନିୟୋଜନ ପାଇଁ ଅନୁରୋଧ କରିଥିଲେ। ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଜୀବିକା ମାନ ବୃଦ୍ଧି ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସାମୂହିକ ଓ ବ୍ୟକ୍ତିଗତ ପ୍ରକଲ୍ପ ମଞ୍ଜୁରୀ ଓ କାର୍ଯ୍ୟlନ୍ଵୟନ୍ ପାଇଁ ଜିଲ୍ଲପାଳଙ୍କ ସହଯୋଗ କାମନା କରିଥିଲେ। ଆଗାମୀ ଦିନର ଜଳ କ୍ଲିଷ୍ଟ ଦୁର ପାଇଁ ଚାଲୁଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ ଅବ୍ୟବସ୍ଥା ଓ ନଳକୂପ ମଞ୍ଜୁରୀ ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ଚମ୍ପାମାଲ ପଞ୍ଚାୟତ ଷ୍ଟଲ ମାଲିକାନା ତଥା ଗ୍ରାମ ପଞ୍ଚାୟତ ନିଜସ୍ଵ ପାଣ୍ଠି ବୃଦ୍ଧି ପାଇଁ ସହଯୋଗ କାମନା କରିଥିଲେ। ଜିଲ୍ଲାପାଲ ଅନ୍ୟା ଦାସ ଗ୍ରାମ ପଞ୍ଚାୟତ ର ଉନ୍ନୟନ ପ୍ରକ୍ରିୟା ରେ ପ୍ରଶାସନର ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନାରେ ବରିଷ୍ଠ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର, ମହେନ୍ଦ୍ର ଜଗଦଲା, ସୂର୍ଯ୍ୟକୁମାର ନନ୍ଦ, ଜୟଶ୍ରୀ ଦେହୁରୀ, ନିରୁପମା ବଗର୍ତ୍ତି, ଅନୁସୂୟl ପଧାନ, ଆକସ୍ମିତା ବଢ଼ିଆ, ସସ୍ମିତା ଦୀପ, ବନିତା ସେଠୀ, ଅଳକା କର୍ମୀ, ବିଷ୍ଣୁ ପ୍ରିୟା କୁମ୍ଭାର ସମେତ ସମସ୍ତ ସରପଞ୍ଚ ନିଜନିଜ ଗ୍ରାମ ପଞ୍ଚାୟତ ଅଂଚଳ ର ଅଭାବ ଅସୁବିଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।