ପୋଡ଼ାପାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୦୭ ବର୍ଷ ପୂର୍ତ୍ତି ବାର୍ଷିକ ଉତ୍ସବ ପାଳନ

ରାୟଗଡା,କାଶୀପୁର,(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର ଗତ ପୋଡ଼ାପାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୦୭ ବର୍ଷ ପୂର୍ତ୍ତି ବାର୍ଷିକ ଉତ୍ସବ ପାଳନ ହେଇଯାଇଛି, ଏହି ବିଦ୍ୟାଳୟ ଇଂରାଜୀ ଶାସନ ରୁ ଏହି ବିଦ୍ୟାଳୟ ରହି ଆସିଛି ଏହି ବିଦ୍ୟାଳୟ ୧୯୧୭ ମସିହା ଜାନୁୟାରୀ 25 ରେ ଜନ୍ମ ଏବଂ ଏହି ବିଦ୍ୟାଳୟ ରେ ବହୁତ ଛାତ୍ର ଛାତ୍ରୀ ପାଠ ପଡି ବଡ ବଡ଼ ଅପିସର ମଧ୍ୟ ହେଇଛନ୍ତି । ଏହି ୧୦୭ ବର୍ଷ ପୂର୍ତ୍ତି ବାର୍ଷିକ ଉତ୍ସବ ଏବଂ ସାଧାରଣତନ୍ତ୍ର ଦିବସ ପୁରା ଧୁମଧାମ ରେ ପାଳନ କରିଥିବା ଦେଖିବାକୁ ମିଳିଛି., ଏହି ସାଧାରଣତନ୍ତ୍ର ଦିବସ ଏବଂ ୧୦୭ବର୍ଷ ପୂର୍ତ୍ତ ଅବସରରେ ଛାତ୍ର ଛାତ୍ରୀ ଙ୍କୁ କିଛି ମାର୍ଗ ଦର୍ଶନ ଉପରେ ଓ ଭଲ ପାଠ ପଡି ସ୍କୁଲ କୁ ଆଲୋକ କରିବା ପାଇଁ କହିଥିଲେ ମୁଖ୍ୟ ଅଥିତି। ଏହି କାର୍ଯ୍ୟକ୍ରମ ରେ ସ୍କୁଲର ସଭାପତି ତ୍ରିଲୋଚନ ଦୁରିଆ ପିଲାଙ୍କ ଭବିଷତ୍ୱ ପାଇଁ ବିଇଓ ମାଡାମ କୁ ଅନୁରୋଧ କରିଥିଲେ କି ଛାତ୍ର ଛାତ୍ରୀ ବାରଣ୍ଡା ରେ ବସି ପାଠ ପଡୁଛନ୍ତି ସେଥିପାଇଁ ଶ୍ରେଣୀ ଗୃହ ଗୋଟେ ଦେବା ଅନୁରୋଧ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ବିଇଓ କାଶୀପୁର ଦୀପ୍ତି ମହୀ ସିଂ, ଏ ବିଅ,, ପୂର୍ବତନ ଏ ବିଅ ରେଙ୍ଗୁ ନାଏକ, ପୂର୍ବତନ ପ୍ରଧାନ ଶିକ୍ଷକ ପବିତ୍ର ମହନ ନାଏକ,ମୁଖ୍ୟ ବକ୍ତା ସି ଆର ସି ତ୍ରିନାଥ ମାଝୀ, ଏବଂ ସ୍କୁଲ ର କର୍ମ କର୍ତ୍ତା ପ୍ରଧାନ ଶିକ୍ଷକ ପଦ ମହାନ୍ତି, ସଂଯୁକ୍ତା ପ୍ରଧାନୀ, ଗୋବିନ୍ଦ ଝୋଡ଼ିଆ,ଲଷ୍ମୀକାନ୍ତ ମହତ,ସୁପ୍ରିୟା ମଲ୍ଲିକ, ରମାକାନ୍ତ ପାଇକରାୟ ଉପସ୍ଥିତ ଥିଲେ | ଏହି କାଯ୍ୟକ୍ରମ କର୍ମ କୁ ପ ତ୍ରିଲୋଚନ ଦୁରିଆ ସଭାପତି, ଇନ୍ଦୁ ସାହାଣୀ, ଗଙ୍ଗାଧର ସାହାଣୀ, ପରିଚାଳନା କରିଥିଲେ |