ଗୁଣପୁର,(ସିଦ୍ଧାର୍ଥ ଦାସ):- ଆଜି ଦେଶ ପାଳନ କରୁଛି ୭୫ ତମ ସାଧାରଣତନ୍ତ୍ର ଦିବସ। ଆମ ରାଜ୍ୟରେ ବି ହର୍ଷ ଓ ଉଲ୍ଲାସର ସହ ପାଳନ କରାଯାଉଛି ସାଧାରଣତନ୍ତ୍ର ଦିବସ। ଗୁଣପୁର ଆଦର୍ଶ ନଗର ମାର୍ଗରେ ଆୟୋଜିତ ହୋଇଛି ସାଧାରଣତନ୍ତ୍ର ଦିବସ ଉତ୍ସବ। ଗୁଣପୁର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷା ତଥା ବିଶିଷ୍ଟ ସାହିତ୍ୟିକ ଓ ଲେଖିକା ଶ୍ରୀମତୀ ଇନ୍ଦିରା ଅଧିକାରୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅନୁଷ୍ଠାନ ର ଅଧ୍ୟକ୍ଷା ନିଲମ ରାୟ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ କୁନି କୁନି ପିଲା ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ । ଏହା ପରେ ପରେ କୁନି କୁନି ପିଲା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା ଏବଂ ଶ୍ରୀମତୀ ଅଧିକାରୀ ଙ୍କୁ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନ ର ଅଧ୍ୟକ୍ଷା ନିଲମ ରାୟ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା . ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଶିକ୍ଷୟତ୍ରୀ ସୋନାଲି ଦାଶ ଓ ଶିକ୍ଷୟତ୍ରୀ ମେରୀ ବିଡିକା ଅତିଥି ସ୍ୱାଗତ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଶିକ୍ଷୟତ୍ରୀ ଗାୟତ୍ରୀ ପଣ୍ଡା ଓ ଗୀତା ପାତ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ . ମୁଖ୍ୟ ଅତିଥି ଶ୍ରୀମତୀ ଇନ୍ଦିରା ଅଧିକାରୀ ଅନୁଷ୍ଠାନ ରେ ପଢୁଥିବା ଶିଶୁ ଙ୍କ ବିକାଶ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ . ଶ୍ରୀମତୀ ଅଧିକାରୀ ଙ୍କ ଏଭଳି ମନୋଭାବ ନିମନ୍ତେ ଅନୁଷ୍ଠାନ ପକ୍ଷରୁ ହୃଦୟ ପୂର୍ବକ ଅଭିନନ୍ଦନ ଜ୍ଞାପନ କରାଯାଇଛି . ପରିଶେଷରେ ଅନୁଷ୍ଠାନ ପକ୍ଷରୁ ଶ୍ରୀଯୁକ୍ତ ବିରାଜ ଆନ୍ଦ୍ରପ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।