ଆଠମଲ୍ଲିକ,୦୩/୦୧(ବୁଲୁ ଦଳେଇ)-: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ର ଠାକୁରଗଡ଼ ଷୋଳପଦା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏଥିରେ ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟ ଅତିଥି, ଆଠମଲ୍ଲିକ ଉପଜିଲ୍ଲାପାଳ ଡ଼. ଜିତେନ୍ଦ୍ର ପାତ୍ର,ସମ୍ମାନିତ ଅତିଥି, ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ରାଉଳ , କଲେଜ ଅଧ୍ୟାପିକା ପ୍ରତିମା ବାଘ ତତ୍ତ୍ୱାବଧାନରେ ଯୋଗଦେଇ ଥିବା ବେଳେ ଷୋଳପଦା ଡ଼ିଗ୍ରୀ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପିକା କଲ୍ୟାଣୀ ରୂପା ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ପ୍ରତଯୋଗିତାର ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ ଧର୍ମୀ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଇଂରାଜୀ ଅଧ୍ୟାପକ ସରୋଜ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ଅଧ୍ୟାପକ ତରୁଣ କୁମାର ପ୍ରଧାନ, ଟୁକୁନା ପ୍ରଧାନ ଯୋଗ ଦେଇଥିଲେ।ବାର୍ଷିକ କ୍ରୀଡ଼ା ଉତ୍ସବ ସହ ନବୀନ ଓଡିଶା କାର୍ଯ୍ୟ କ୍ରମ ଉଦଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷା ଭିତ୍ତିଭୂମି ର ଉନ୍ନତୀ ନିମନ୍ତେ ଅତିଥି ମାନଙ୍କୁ ନିବେଦନ କରିଥିଲେ ।