ଛଅ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ୧୦୮ କର୍ମଚାରୀ

ଢେଙ୍କାନାଳ ଜିଲ୍ଲା ର ୧୦୮ କର୍ମଚାରୀମାନେ ମୌଳିକ ସମସ୍ୟାକୁ ନେଇ ତାଙ୍କ ଦାବି ପୂରଣ ପାଇଁ ଜିଲ୍ଲାପାଳମାନଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଆଜି ସାମୁହିକ ଭାବେ ୩୦ଟି ଜିଲ୍ଲାର ଆମ୍ବୁଲାନ୍ସ କର୍ମଚାରୀମାନେ ନିଜ ନିଜର ଜିଲ୍ଲାପାଳଙ୍କୁ ଭେଟି ମୌଳିକ ସମସ୍ୟା ଭିତ୍ତିକ ଦାବି ପତ୍ର ପ୍ରଦାନ କରୁଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା ରେ ଏହାର ରୂପ ଦେଖିବାକୁ ମିଳିଛି। ଆଗରୁ ମଧ୍ୟ ଏହି ସମସ୍ୟା କୁ ନେଇ ଦାବି ପତ୍ର ପ୍ରଦାନ କରାଯାଇଥିବା ସହ ପ୍ରତିଶୃତି ମଧ୍ୟ ମିଳିଥିଲା। ହେଲେ କଣ ହେବ ପ୍ରତିଶୃତି ଦୀର୍ଘ ଦିନ ବିତି ଯାଇଥିଲା ତାହା କୋୖଣସି କାର୍ଯ୍ୟକାରୀ ନହେବାରୁ ପୁର୍ନବାର ସାମ୍ନାକୁ ଆସିଛନ୍ତି। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଯଦି ଦାବି କାର୍ଯ୍ୟକାରୀ ନହୁଏ ତେବେ କଳାବ୍ୟାଚ ପିନ୍ଧି ସରକାରଙ୍କୁ ଅସହଯୋଗ କରିବା ସହିତ ଆଗାମୀ ଇଲେକ୍ସନ ରେ ଭୋଟ ବର୍ଜନ କରିବେ ବୋଲି ସଭାପତି ତପନ ମଲ୍ଲିକ ସୂଚନା ଦେଇଛନ୍ତି।