ଢେଙ୍କାନାଳ,(ଶୁଭମ ପାଣିଗ୍ରାହୀ): ଅଦ୍ୟ ତା ୩.୧୨.୨୦୨୩ ରିଖ ଦିନ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ମହୋତ୍ସବ ଓ ଢେଙ୍କାନାଳ ସତ୍.ସଙ୍ଗ ଶ୍ରୀ ମନ୍ଦିର ର ଉନବିଂଶ ତମ ବାର୍ଷିକ ସ୍ମୃତି ମହୋତ୍ସବ ସତ୍ ସଙ୍ଗ ବିହାର ପରିସରରେ ମହା ସମାରୋହରେ ପାଳିତ ହୋଇଛି। ପ୍ରତ୍ୟୁଷ ପରେ ନହ ବତ ଓ ବେଦ ମାଙ୍ଗଳିକ ପରେ ଉଷା କୀର୍ତ୍ତନ ରେ ନଗର ପରିକ୍ରମା ହୋଇଥିଲା । ସକାଳ ୬.୩୦ ମିନିଟ ସମୟରେ ପ୍ରାତଃ କାଳୀନ ବିନତି ପରେ ଉତ୍ସବର ସ୍ମରଶିକା ଧୃତିପାଳି ଉନ୍ମୋଚନ କରାଯାଇ ଥିଲା। ଦିନ ୯ ଘଟିକା ସମୟରେ ଶ୍ରୀ ଶ୍ରୀ ଠାକୁରଙ୍କୁ ସୁସଜ୍ଜିତ ରଥରେ ବିରାଜ ମାନ କରାଇ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ,ମା ମାନଙ୍କର ଶଙ୍ଖ ଧ୍ୱନି ଓ ହୁଳହୁଳି ଧ୍ୱନି ସହ ନଗର ପରିକ୍ରମା କରାଯାଇଥିଲା । ଦିବା ୧୧.୩୦ ମିନିଟ ସମୟରେ ଶ୍ରୀ ବୁଦ୍ଧିମନ୍ତ ସାହୁଙ୍କ ପୌରହିତ୍ୟ ରେ ସତ୍ ସଙ୍ଗ ଆରମ୍ଭ କରାଯାଇଥିଲା । ପ୍ରାର୍ଥନା ସଦ ଗ୍ରନ୍ଥ ପାଠ ପରେ ବିଶିଷ୍ଟ କଣ୍ଠ ଶିଳ୍ପୀ ମାନେ ଭଜନ ପରିବେଷଣ କରିଥିଲେ । ସୁଶାନ୍ତ କୁମାର ଶତପଥୀ ଙ୍କ ଉର୍ଦଣ୍ଡ କୀର୍ତ୍ତନର ସଭାସ୍ଥଳ ମୁଖରିତ ହୋଇଉଠୀଥିଲା । ଶ୍ରୀ ପ୍ରକାଶ କୁମାର ରାଉତ ଙ୍କ ପ୍ରାରମ୍ଭିକ ଅଭି ଭାଷଣ ପରେ ମୁଖ୍ୟ ଆଲୋଚକ ଶ୍ରୀ ସଂଜୀବ କୁମାର ନାୟକ ଶ୍ରୀ ଶ୍ରୀ ଠାକୁରଙ୍କ ଦିବ୍ୟ ଭାବାଦର୍ଷ ଉପରେ ଆଲୋକ ପାତ କରିଥିଲେ । ଶ୍ରୀ ଶ୍ୟାମ ସୁନ୍ଦର ବେହେରା ଓ ଦେବେଶ କୁମାର ମହାପାତ୍ର ଙ୍କ ପରିଚାଳନାରେ ତିନି ହଜାର ରୁ ଅଧିକ ଲୋକ ପ୍ରସାଦ ସେବନ କରିଥିଲେ । ଢେଙ୍କାନାଳ ଜିଲ୍ଲାର ସମସ୍ତ କର୍ମୀ ମାନେ ସହଯୋଗ କରିଥିଲେ