ବାଣ୍ଡିଗାଁ ଅମୃତ ଧାରା ଅଧା ବାଟରେ ! ଶୁଦ୍ଧ ପାନୀୟ ଜଳ ପିଇବା ଅପେକ୍ଷାରେ ନିରୀହ ଜନତା

ମୁଖିଗୁଡ଼ା,ଜୟପାଟଣା(ଅରୁଣ କୁମାର ସାହୁ):-ଜୟପାଟଣା ବ୍ଳକ ପ୍ରଶାସନ ବଡ଼ ବଡ଼ ଅଫିସର ବାବୁ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ଅଧା ବାଟରେ ବାଟ ବଣା ହୋଈ ଯାଉଛି ତୋ କାର୍ଯ୍ୟ ସମ୍ପୂର୍ଣ୍ଣ ମଧ୍ୟ ହୋଈନ ପାରି ମାସ ମାସ ଧରି ରହି ଯାଉଛି । ବର୍ତ୍ତମାନ ଜୟପାଟଣା ବ୍ଳକରେ କାର୍ଯ୍ଯରତ କର୍ମଚାରୀ ମାନଙ୍କ ପାଇଁ କେତେ ବେଳେ ଆବାସ ଯୋଜନା ଠୁ ଆରମ୍ଭ କରି ମନରେଗା, ବୃଦ୍ଧା ଓ ବିଧବା ପେନସନ ଏହି ପରି ସରକାରଙ୍କ ବିଭିନ୍ନ ଯୋଜନା କାଗଜ କଲମରେ ରହିଥିବାର ଆଶଙ୍କା ରହିଛି।ଏକଥା ଆମେ କହୁନୁ। କହୁଛନ୍ତି ସାଧାରଣ ନିରୀହ ଜନତା ! ସରକାର ଜନସାଧାରଣଙ୍କ ଦୃଷ୍ଟି ଗୋଚରକୁ ନେଇ ଗାଁ ଠାରୁ ସହର ର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ପ୍ରକାରର ଯୋଜନା ନେଇ କି ଆସୁଛନ୍ତି ସତ ! କିନ୍ତୁ ନିରୀହ ଜନସାଧାରଣ ସୁବିଧା ପାଇବା ପାଇଁ ଅନେକ ପ୍ରକାର ଯୋଜନା ମଧ୍ୟ କରୁଛନ୍ତି।ହେଲେ ତାହା କଉ ବାଟ ଦେଇ ଗତି କରୁଛି ତାହା ନିରୀହ ଜନତାଙ୍କୁ ବୁଝା ପଡୁନି । ଏମିତି ଏକ ଯୋଜନା ସାମ୍ନାକୁ ଆସିଛି, ଯାହା ଦ୍ଵାରା ସାଧାରଣ ଜନତା ଉପକୃତ ହୋଇ ପାରିବା କଥା ତାହା ଜନ ସାଧାରଣ ଙ୍କ କାମ ରେ ଆସି ପାରୁନାହିଁ ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ବାଣ୍ଡିଗାଁ ବସ୍ ଷ୍ଟାଣ୍ଡରେ ଥିବା ଅମୃତ ଧାରା ଦୃଶ୍ୟ। ଜଳ ହିଁ ଜୀବନ ଜନ ସାଧାରଣ ଙ୍କୁ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଅମୃତ ଧାରା ଯୋଜନା ଆରମ୍ଭ କରିଥିଲେ ସରକାର ହେଲେ ଏହା ଅଧା ବାଟରେ ନିର୍ମାଣଧିନ ହୋଇ ରହିଛି ବାଣ୍ଡିଗାଁ ବସ୍ ଷ୍ଟାଣ୍ଡ ଅମୃତ ଧାରା । କିନ୍ତୁ କାର୍ଯ୍ୟ ନିର୍ମାଣ ହୋଇ ୩ ମାସ ବିତି ଯାଇଛି ସତ ହେଲେ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ, ଅମୃତଧାରା କାମ ସରି ଯାଇଛି ।ହେଲେ ପାଣି ମୋଟର ଲାଗି ପାରିଲା ନାହିଁ କି ପାଣି ପିଇବା ବ୍ୟବସ୍ଥା ହୋଇ ପାରିଲା ନାହିଁ କି କାର୍ଯ୍ୟ ଆରମ୍ଭ ରୁ ସୁଚନା ଫଳକ ମଧ୍ୟ ତିଆରି ହୋଇ ପାରିଲା ନାହିଁ, ଏହି କାର୍ଯ୍ୟ କଣ ପାଇଁ ସଂପୁର୍ଣ୍ଣ ହୋଈ ପାରୁନି ତାହା ତାହାହିଁ ବଡ ପ୍ରଶ୍ନ।ଯାହା କି ଜୟପାଟଣା ବ୍ଳକ ପ୍ରଶାସନର କର୍ମଚାରୀ ମାନେ ସାଧାରଣ ଜନତାଙ୍କ ଉପକୃତ ହେବା କୁ ଥିବା ବିଭିନ୍ନ ପ୍ରକାର ଯୋଜନାକୁ ଅଣଦେଖା କରୁଥିବା ରୁ ଅସୁବିଧା ର ସମୁଖୀନ ହେଉଛି ସାଧାରଣ ଜନତା। ଆଗାମୀ ଦିନରେ ଏହା ଉଛିତ ତଦନ୍ତ କରି ଯଥା ସମ୍ଭବ କାର୍ଯ୍ଯ ସମ୍ପୂର୍ଣ୍ଣ କରି ଅମୃତ ଧାରା ଶୁଭାରମ୍ଭ କରିବା ପାଇଁ ଦାବି କରିଛନ୍ତି। ଏହା ହିଁ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।