ସ୍ବାମୀଙ୍କ ନିଖୋଜକୁ ନେଇ ଶ୍ରମ ଅଧିକାରୀଙ୍କୁ ଆବେଦନ

ଢେଙ୍କାନାଳ, (ଶୁଭମ ପାଣି) : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାଉଁରିଆପାଳ ଗ୍ରାମର ମମତା ସ୍ବାଇଁ ସ୍ବାମୀ ସନାତନ ସ୍ବାଇଁଙ୍କ ନିଖୋଜ ନେଇ ଶ୍ରମ ଅଧିକାରୀଙ୍କୁ ଏକ ଲିଖିତ ଗୁହାରୀ ଜଣାଇବା ସହିତ ଜିଲ୍ଲାପାଳ ଓ ସଦର ଥାନା ଅଧିକାରୀଙ୍କୁ ଏକକିତା ନକଲ ପ୍ରଦାନ କରିଛନ୍ତି । ପ୍ରକାଶ ଯେ ମମତାଙ୍କ ସ୍ଵାମୀ ମହାରାଷ୍ଟ୍ରର ଏଫ୍.ଏ.ବି. ବାଲିବେଡା କମ୍ପାନୀରେ କାମ କରନ୍ତି । ସେ ଚଳିତ ମାସ ୧୮ ତାରିଖରେ ଘରୁ ବାହାରି ନାସିକ୍ ଅଭିମୁଖେ ଢେଙ୍କାନାଳ ରେଳ ଷ୍ଟେସନ୍ ଠାରୁ ଲୋକମାନ୍ୟ ତିଳକଭୁବନେଶ୍ବର ଟ୍ରେନ୍‌ରେ ଯାତ୍ରା କରିଥିଲେ। ୨୦ ତାରିଖ ଦିନ କମ୍ପାନୀ କାମରେ ଯୋଗଦେଇଥିଲେ। କମ୍ପାନୀରେ ସି’ ସିଙ୍ଗି ଡିଉଟି କଲେ । ୨୧ ତାରିଖ ସକାଳେ ତାଙ୍କ କମ୍ପାନୀ ମେସ୍‌କୁ ଯାଇଥିଲେ । ଉକ୍ତ ଦିନ ରାତି ୮ଟାରେ ତାଙ୍କ ସହ ରହୁଥିବା ସହଯୋଗୀମାନେ ତାଙ୍କୁ ଆଉ ଦେଖୁ ନାହାଁନ୍ତି ବୋଲି ଜଣାଇଥିଲେ । ତାଙ୍କୁ ନପାଇବାରୁ ତାଙ୍କ ସହଯୋଗୀ ଚରଣ ଦେହୁରୀ ଫୋନ୍‌ ଯୋଗେ ମମତାଙ୍କୁ ଜଣାଇଥିଲେ । ତାଙ୍କ ସଙ୍ଗେ ଆଉ ଦୁଇଜଣ ସହଯୋଗୀ ପ୍ରଶାନ୍ତ ସ୍ବାଇଁ ଓ ସିଦ୍ଧାନ୍ତ ସ୍ବାଇଁ ରୁହନ୍ତି । ଏହି ବ୍ୟକ୍ତି ଦୁଇଜଣ ମମତାଙ୍କ ସ୍ବାମୀଙ୍କୁ ନେଇ କାମରେ ଲଗାନ୍ତି ବୋଲି କହିଛନ୍ତି । ଏପର୍ଯ୍ୟନ୍ତ କୌଣସି ଖବର ନପାଇବାରୁ ମମତା ଅତ୍ୟନ୍ତ ଦୁଃଖ ଓ ଚିନ୍ତାଗ୍ରସ୍ତରେ ରହିଛନ୍ତି । ତାଙ୍କ ପାଖରେ ରହୁଥିବା ଦୁଇଜଣ ବ୍ୟକ୍ତି ଖୋଜାଖୋଜି କରି ଏପର୍ଯ୍ୟନ୍ତ ପାଇ ନାହାଁନ୍ତି ବୋଲି ଜଣାଇଛନ୍ତି । ତେଣୁ ମମତା ସ୍ବାମୀଙ୍କୁ ଫେରି ପାଇବା ପାଇଁ ଆଜି ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପତ୍ର ଦ୍ୱାରା ଆବେଦନ କରିଛନ୍ତି ।