ରାୟଗଡ଼ା,୨୪/୦୮(ପ୍ରଫୁଲ କୁମାର ବେହେରା) : ଭିଜିଲାନ୍ସ ଜାଲରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି। ତାଙ୍କ ସରକାରୀ ବାସଭବନରେ ୫ ଜଣିଆ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚଢ଼ାଉ ହୋଇଛି।ଭିଜିଲାନ୍ସ ଡିଏସପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ଏହି ଚଢାଉ ଆଜି ସକାଳୁ ଆରମ୍ଭ ହୋଇଛି। ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ୍ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ ହୋଇଛି। ଏଥିସହ ବିଜୟ କୁମାର ପରିଡ଼ା ଓ ତାଙ୍କ ପତ୍ନୀଙ୍କ ଅନ୍ୟ ସମ୍ପତ୍ତି ସମ୍ପର୍କରେ ଜେରା ଚାଲିଛି। ବର୍ତ୍ତମାନ ଚଢ଼ାଉ ଚାଲିଥିବା କାରଣରୁ ଅଧିକ ସୂଚନା ମିଳିନାହିଁ।