ପୁରୁଷୋତ୍ତମପୁର :୧୮/୮(ସୁନିଲ କୁମାର ବେହେରା) : ଭାରତୀୟ ଜାତୀୟ କଂଗ୍ରେସ ର ଆବାହନ ରେ ସମଗ୍ର ଓଡ଼ିଶାରେ ସମସ୍ତ ବ୍ଲକ ଆଗରେ କଂଗ୍ରେସ କର୍ମୀମାନେ ଘେରାଉ କରିଥିଲେ।ବ୍ଲକ ଅଫିସ ମାନଙ୍କରେ ବ୍ୟାପକ ପିସି କାରବାର,ଆବାସ ଯୋଜନାରେ ଦୁର୍ନୀତି,ଦରଦାମ ବୃଦ୍ଧି, ନାରୀ ନିର୍ଯାତନା,ଚାଷୀ ମାରଣ ନୀତି, ଟାଟା କମ୍ପାନୀରେ ଖାଉଟି ବିରୋଧୀ ନୀତି ବିରୁଦ୍ଧରେ ଆଜି ପୁରୁଷୋତ୍ତମପୁରୁ କଂଗ୍ରେସ ପରିବାର ତରଫରୁ କାଳୀ ମନ୍ଦିର ଛକଠାରୁ ଶୋଭାଯାତ୍ରାରେ ବାହାରି ପୁରୁଷୋତ୍ତମପୁରୁ ବ୍ଲକ ଘେରାଉ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଏବିଡିଓ ନିରାକାର ଜେନାଙ୍କୁ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ନଗର ସଭାପତି ମନୋରଞ୍ଜନ ଦାସ,ନଗର ଉପସଭାପତି ସୁଶାନ୍ତ କୁମାର ଗଉଡ,ବ୍ଳକ ସଭାପତି ପ୍ରଦୀପ ମହାରଣା,ପିସିସି ସଭ୍ୟ ଭୋକିଲ ସେଠି, ରାମ ବେହେରା, ମାଧବାନନ୍ଦ ଦାଶ, ପର୍ଶୁରାମ ବେହେରା , ପବିତ୍ର ସେଠି,ସୁନିଲ କୁମାର ବେହେରା,ଜୟଦେବ ନାୟକ, ନିଳାଞ୍ଚଳ ଦାଶ ସମେତ ବହୁକଂଗ୍ରେସ କର୍ମୀ ଯୋଗଦେଇଥିଲେ ।