9 ଦଫା ଦାବୀ ନେଇ କଂଗ୍ରସ ର କବିସୂର୍ଯ୍ୟନଗର ବ୍ଲକ ଘେରାଉ..

କବିସୂର୍ଯ୍ୟନଗର:୧୮/୮(ସୁନିଲ କୁମାର ବେହେରା): ପିସିସି ଙ୍କ ନିର୍ଦେଶ କ୍ରମେ ଆଜି ସାରା ରାଜ୍ୟରେ ବିଭିନ୍ନ ଦାବୀ ନେଇ କଂଗ୍ରେସ ବ୍ଲକ ଘେରାଉ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଜେନା ଙ୍କ ଆହ୍ୱାନ କ୍ରମେ ବ୍ଲକ କଂଗ୍ରେସ ସଭାପତି ଶରତ ଚନ୍ଦ୍ର ଦାଶ ଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ପ୍ଲା କାର୍ଡ ଧରି ସରକାର ବିରୁଦ୍ଧରେ ନାରା ଦେଇ କବିସୂର୍ଯ୍ୟନଗର ବ୍ଲକ ରେ ପହଁଚି ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ବିଡ଼ିଓ ଙ୍କୁ ଦାବୀ ପତ୍ର ଦେଇଥିବା ଜଣାଯାଇଛି. ଦାବୀ ଗୁଡିକ ମଧ୍ୟରେ ଦରଦାମ ବୃଦ୍ଧି, ନାରୀ ନିର୍ଯାତନା, ଚାଷୀ ମାରଣ ନୀତି, ଟାଟା ର ଖାଉଟି ଶୋଷଣ ନୀତି, ଆବାସ ଦୁର୍ନୀତି, ବେକାରୀ ସମସ୍ୟା,ବ୍ଲକ ରେ ବ୍ୟାପକ PC କାରବାର ର ତଦନ୍ତ ନେଇ ଦାବୀ ପତ୍ରରେ ଉଲେଖ୍ୟ ରହିଛି. ଆଜିର ଆନ୍ଦୋଳନ ରେ ନଗର କଂଗ୍ରେସ ସଭାପତି ବସନ୍ତ ଗୌଡ଼, ଯୁବ କଂଗ୍ରେସ ସଭାପତି ସଞ୍ଜୟ ମଣ୍ଡଳ, ଜାନକୀ ବଲ୍ଳଭ ମହାନ୍ତି, ସୁବାସ ଜେନା, ଧରଣୀଧର ବେହେରା, ଅମର ଭୂୟାଁ, କବୀନ୍ଦ୍ର ସାହୁ ଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିବା ଦେଖିବାକୁ.ମିଳିଥିଲା ।