ଦେଶର ଆଦର୍ଶ ବିଧାୟକ ମଧ୍ୟରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ସମ୍ମାନିତ

MIT school of Government ଦ୍ଵାରା ଆୟୋଜିତ ତିନି ଦିନିଆ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ , ଭାରତ ମୁମ୍ୱାଇ ରେ ଅନୁଷ୍ଠିତ ହୋଇଥିଲା। ଜୁନ ୧୫ -୧୭ ପର୍ଯ୍ୟନ୍ତ ଚାଲିଥିବା ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟର ପ୍ରାୟ ୧୭୦୦ ରୁ ଉର୍ଦ୍ଧ ବିଧାୟକ ଓ ବିଧାନ ପରିଷଦ ର ସଦସ୍ୟ, ୧୦୦ ରୁ ଉର୍ଦ୍ଧ ପ୍ରମୁଖ ନେତା, ୫୦୦ ରୁ ଉର୍ଦ୍ଧ ବୁଦ୍ଧିଜୀବୀ ଏବଂ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ । ଲୋକ୍ ସଭାର ପୂର୍ବତନ ବାଚସ୍ପତି ମୀରା କୁମାର, ସୁମିତ୍ରା ମହାଜନ, ଶିବରାଜ ପାଟିଲ, ମନୋହର ଯୋଶୀ ଏହାର ପେଟ୍ରନ ଭାବରେ ସମସ୍ତ ବିଧାୟକ ଓ ବିଧାନ ପରିଷଦ ର ସଦସ୍ୟ ଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଥିଲେ। ଏହି ତିନି ଦିନିଆ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀରେ ଲୋକସଭା ର ବାଚସ୍ପତି ଓମ୍ ବିରଲା ମୁଖ୍ୟ ଅତିଥି ଭାବରେ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ମହାରାଷ୍ଟ୍ର ର ମୁଖ୍ୟ ମନ୍ତ୍ରୀ ଏକନାଥ ସିନ୍ଦେ, ଗୋଆ ର ମୁଖ୍ୟମନ୍ତ୍ରୀ ଡ ପ୍ରମୋଦ ସାୱନ୍ତ, ରାଜ୍ୟ ସଭାର ଡେପୁଟି ଚେୟାରମେନ ହରିବଂଶ ନାରାୟଣ ସିଂ, ସମସ୍ତ ରାଜ୍ୟର ବିଧାନ ସଭା ର ବାଚସ୍ପତି, ଉପ ବାଚସ୍ପତି, ସି ପି ଏମ୍ ପାର୍ଟି ର ବୃନ୍ଦା କରାଟ, କଂଗ୍ରେସ ର ସଞ୍ଜୟ ନିରୁପମ୍, ଟିପରା ମୋଠା ପାର୍ଟି ର ମୁଖ୍ୟ ପ୍ରଦ୍ୟୋତ୍ ବିକ୍ରମ୍ ଦେବ ବ୍ରହ୍ମା ପ୍ରମୁଖ ଯୋଗ ଦେଇଥିଲେ। ଦେଶର ବିଭିନ୍ନ ସମସ୍ୟା ନେଇ ଆଲୋଚନା ଏବଂ ୨୦୪୭ ରେ ଭାରତ କିପରି ହେବ ତାହା ଉପରେ ଆଲୋଚନା ତର୍କ ବିତର୍କ ହୋଇଥିଲା। ଏହି ସମ୍ମିଳନୀରେ ଦେଶର ୭୫ ଜଣ ବିଧାୟକ ଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆଦର୍ଶ ବିଧାୟକ ରୁପେ ଘୋଷଣା କରାଗଲା। ଓଡ଼ିଶା ରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ମାତ୍ର ୪ ଜଣ ବିଧାୟକ ଆଦର୍ଶ ବିଧାୟକ ଭାବରେ ସ୍ଥାନ ପାଇଥିଲେ। ତନ୍ମଧ୍ୟରୁ ରାୟଗଡ଼ା ର ମକରନ୍ଦ ମୁଦୁଲି, ବରୀ ର ସୁନନ୍ଦା ଦାସ, ସାରସକଣା ର ବୁଧାନ୍ ମୁର୍ମୁ , ବଣାଇ ର ଲକ୍ଷ୍ମଣ ମୁଣ୍ଡା ଅଟନ୍ତି। ଆଦର୍ଶ ବିଧାୟକ ଙ୍କ ମଧ୍ୟରୁ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ଉନ୍ନତି ପାଇଁ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ସ୍ଥାନ ପାଇ ରାୟଗଡା ବାସୀଙ୍କୁ ଗୌରବାନିତ୍ୱ କରିଛନ୍ତି। ଏହି ସମ୍ମିଳନୀରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଅଂଶ ଗ୍ରହଣ କରି ଖାଦ୍ୟ , ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, ଜ୍ଞାନ, ବିଜ୍ଞାନ, ନାରୀ ଓ ସମ୍ମାନ ସହ ସାମାଜିକ, ଅର୍ଥନୈତିକ, ରାଜନୈତିକ ନ୍ୟାୟ ପ୍ରଦାନ କରି ଗ୍ରାମାଞ୍ଚଳ ର ଉନ୍ନତି ହେଲେ ହିଁ ଦେଶର ଉନ୍ନତି ହେବ ବୋଲି ସମ୍ମିଳନୀରେ ତାଙ୍କର ଅଭିଭାଷଣରେ ଆଲୋକପାତ୍ କରିଥିଲେ । ବିଧାୟକ ଶ୍ରୀ ମୁଦୁଲି ଦେଶର ବିଭିନ୍ନ ଦଳ ର ପ୍ରମୁଖ ନେତା ମାନଙ୍କ ସହ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଓ ସେମାନଙ୍କୁ ରାୟଗଡ଼ା ଆସିବାକୁ ନିମନ୍ତ୍ରଣ କରିଥିଲେ।