ଟିକିରି କାଳ ବୈଶାଖି ପ୍ରଭାବରେ ବଜ୍ରାଘାତ ରେ ୩ ନାବାଳକ ସାମାନ୍ଯ ଆହତ।

ରାୟଗଡା,(ପ୍ରଫୁଲ କୁମାର ବେହେରା): ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଝୋଡିଆ ସାହି ରେ ଆଜି ଅପରାହ୍ନ ୪ଘଣ୍ଟା ସମୟରେ ବଜ୍ରପାତ ଘୋଟି ୩ଜଣ ନାବାଳକ ଆହତ ହୋଇ ଟିକିରି ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସିତ ହୋଉଛନ୍ତି।ଆହତ ହୋଇଥିବା ନାବାଳକ ମାନେ ହେଉଛନ୍ତି ଟିକିରି ଆଦିବାସୀ ସାହିର ସିମାମାଝୀଙ୍କପୁଅସିଧ୍ୟାନ୍ତମାଝୀ(୧୪) ,ଟଙ୍କଧର ମାଝୀ ଙ୍କ ପୁଅକୁମାର ମାଝୀ (୧୪),ଧନେଶ୍ଵର ମାଝୀ ଙ୍କ ପୁଅବିରେନ ମାଝୀ(୩)।ସାହି ପଛପଟ ଥିବା ଗୋଟିଏ ଗଛ ତଳେ ଏହି ପିଲାମାନେ ଖେଳୁଥିବା ସମୟରେ ବଜ୍ରାଘାତ ଘୋଟିବାରୁ ଅଚେତ ହୋଇ ତଳେପଡି ଥିବା ସମୟରେ ସ୍ଥାନୀୟ ଲକେ ଉଧ୍ୟାର କରି ଟିକିରି ପ୍ରାଥମିକଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୩ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକଥିବା ଡାକ୍ତର କହିଛନ୍ତି।