ସାଲେପୁର,(ରଘୁ ନାଥ ପାତ୍ର): ସାଲେପୁର ଥାନା ଅଧୀନ କଟକ ଚାନ୍ଦବାଲି ରାସ୍ତାର ନାଦୋଳ ଗଡା ନିକଟରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ସୂଚନା ମୁତାବକ ବହୁ ଗ୍ରାମ ପଞ୍ଚାୟତ ସିଂହମାପୁର ଗ୍ରାମରେ ପ୍ରତାପ କୁମାର ମହାନ୍ତି ଙ୍କ ପୁଅ ସ୍ମୃତି ରଞ୍ଜନ ମହାନ୍ତି ( ୨୫) ବିଳମ୍ବିତ ରାତ୍ରରେ ନିଜ ବାଇକ ଯୋଗେ ସାଲେପୁର ରୁ ନିଜ ଘରକୁ ଯାଉଥିଲେ।ହେଲେ କଟକ ରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ ଦୃତ୍ ଗାମୀ କାର ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା।ଫଳରେ ଦୁର୍ଘଟଣାରେ ସ୍ମୃତି ରଞ୍ଜନ ଗୁରୁତର ଆହତ ହୋଇଥିଲେ।ତେବେ ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ଗୁରୁତର ଆହତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇବା ସାଲେପୁର ପୋଲିସ କୁ ସୂଚନା ଦେଇଥିଲେ। ସୂଚନା ପାଇଁ ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା।ହେଲେ ଦୁର୍ଘଟଣା ସ୍ଥଳ ରୁ କାର ଟି ଦୃତ ବେଗରେ ଫେରାର ହୋଇ ଯାଉଥିବା ବେଳେ ସାଲେପୁର ପୋଲିସ ଦୁର୍ଘଟଣା ସ୍ଥଳରୁ କିଛି ଦୂରରେ କାର ଟିକୁ ଜବତ କରିଥିଲା।ତେବେ କାର ଚାଳକ ଫେରାର ହୋଇ ଯାଇଥିଲା।ଅପରପକ୍ଷେ କଟକ ବଡ଼ ଡ଼ାକ୍ତରା ଖାନା ରେ ଗୁରୁତର ଆହତ ସ୍ମୃତି ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଆଜି ସ୍ମୃତି ଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇ ନିଜ ଗ୍ରାମକୁ ଅଣାଯାଇଥିଲା।ତାଙ୍କ ମରଶରୀର କୁ ଏକ ଶୋକା କୂଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନ ରେ ଅନ୍ତିମ ସତ୍କାର କରାଯାଇଥିବା ବେଳେ ମୃତକ ଙ୍କ ବଡ଼ ଭାଇ ମାନସ ରଞ୍ଜନ ମହାନ୍ତି ମୁଖାଗ୍ନି ଦେଇଥିଲେ।ପୋଲିସ କାର କୁ ଜବତ କରି ଥାନା କୁ ଆଣିବା ସହିତ ଦୁର୍ଘଟଣା ତଦନ୍ତ ଚଳାଇଛି। ମୃତକ ଙ୍କ ର ଏକମାତ୍ର ଦେଢ଼ ବର୍ଷର ଏକ ଶିଶୁ ପୁତ୍ର ଥିବା ଜଣାପଡିଛି।ତାଙ୍କ ବିୟୋଗରେ ଅଂଚଳରେ ଶୋକ ର ଛାୟା ଖେଳାଇ ଦେଇଛି।ସାଲେପୁର ରୁ ରଘୁନାଥ ପାତ୍ର ,ପ୍ରତିକ୍ଷା ନ୍ୟୁଜ୍