ଗୁଣପୁର,(ସିଦ୍ଧାର୍ଥ ଦାଶ): ଗୁଣପୁର ପୌର ପରିଷଦର ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସତ୍ୟାସମ୍ପର୍ଣ୍ଣ। ରାଉତ ଆଗାମୀ ୨୭.୧୨.୨୨ ଠାରୁ ୨୫.୦୬.୨୦୨୩ ଯାଏଁ ମାତୃତ୍ଵ ଛୁଟିରେ ଯାଉଥିବାରୁ ଏହାଙ୍କ ସ୍ଥାନରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଙ୍କୁ ଅତିରିକ୍ତ ଦାୟିତ୍ଵ ଅର୍ପଣ କରାଯାଇଛି।ଏଭଳି ଏକ ଆଦେଶ ନାମା ରାୟଗଡା ଜିଲ୍ଲାପାଳ ଙ୍କ ଦପ୍ତରରୁ ଚିଠି ନମ୍ବର ୪୬୭୨/୨୦୨୨/ଡିୟୁଡିଏ ତା:୨୩.୧୨.୨୨ରିଖରେ ପ୍ରକାଶ ପାଇଛି । ରାଜ୍ୟ ହାଉସିଂ ଓ ଅର୍ବାନ ଡେଭଲପମେଣ୍ଟ ବିଭାଗର ବିଜ୍ଞପ୍ତି ନଂ:୧୬୧୮୫/ଏଚୟୁଡି କ୍ରମେ ଶ୍ରୀମତୀ ଝୋଡ଼ିଆ ଗୁଣପୁର ପୌର ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ଵ ନେବା ପରେ ପୌର ପରିଷଦର ର ସମସ୍ତ ଆର୍ଥିକ ନେଣ ଦେଣ କାରବାର ଓଜିଏଫ୍ଆର ର ନିୟମ ୨(୯- କ) ଅନୁଯାୟୀ ତୁଲାଇ ପାରିବା କ୍ଷମତା ପ୍ରଦାନ କରାଯାଇଥିବା ମଧ୍ୟ ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି ।ସଚ୍ଚୋଟ ଓ ନିଷ୍ଠାପର କାର୍ଯ୍ୟ ଦକ୍ଷତା ପାଇଁ ଜନସାଧାରଣ ଙ୍କ ଆସ୍ଥା ଭାଜନ ହୋଇଥିବା ସୁଶ୍ରୀ ଝୋଡିଆ ଗୁଣପୁର ପୌର ପରିଷଦର ର ସମସ୍ତ ବିଭାଗୀୟ ଉନ୍ନତୀ ମୂଳକ କାର୍ଯ୍ୟ ଓ ସାଧାରଣ ଙ୍କ ଅଭିଯୋଗ କୁ ସୁରୁ ଖୁରୁ ରେ ସମ୍ପାଦିତ କରିପାରିବେ ବୋଲି ସାଧାରଣରେ ଆଶା ପ୍ରକଟ କାରାଯାଇଛି ।