ଗୁଣପୁର,(ସିଦ୍ଧାର୍ଥ ଦାଶ) : ଗୁଣପୁର ନବନିର୍ମାଣ ସମିତି ପକ୍ଷରୁ ଗୁଣପୁର ଠାରେ ରାଜ୍ୟ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହା ଡିସେମ୍ବର ୨୪ ତାରିଖରୁ ୩୧ତାରିଖ ଯାଏଁ ଅନୁଷ୍ଠିତ ହେବ । କ୍ରୀଡ଼ା ମହୋତ୍ସବ ପ୍ରାରମ୍ଭ ରେ ସ୍ଥାନୀୟ ଦକ୍ଷିଣ କାଳୀ ମନ୍ଦିର ଠାରୁ ପୂଜାର୍ଚ୍ଚନା ସାରି ସେହି ନିକଟରେ ଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ କ୍ରୀଡା ମହୋତ୍ସବ ର ମୁଖ୍ୟ ଆକର୍ଷଣ ଅର୍ଜୁନ ପୁରସ୍କାର ପ୍ରାପ୍ତ ଦୌଡ଼ ରାଣୀ ଦ୍ଵିତୀ ଚାନ୍ଦ ମଶାଲ ନେଇ ଏକ ବିଶାଳ ଶୋଭାଯାତ୍ରାରେ ସହର୍ ପରିକ୍ରମା କରି ମିନି ଷ୍ଟାଡିୟମଠାରେ ପହଁଚି ଥିଲେ l
ଏହି ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ, ପୌର ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାରେ ପ୍ରଥମ ଭାଗରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଘୋଷ, ଲାଞ୍ଜିଆ ସୌରା ଙ୍କ ପାରମ୍ପରିକ ନୃତ୍ୟ, ଛୋଟ ପିଲାଙ୍କ ଢ଼ାମ୍ପ ବାଦ୍ୟ, ଡିଜେ ସାଉଣ୍ଡ, ଗୁଣପୁର ମହାବିଦ୍ୟାଳୟ ଓ ଥାୟୋରାମା ମହିଳା ମହାବିଦ୍ୟାଳୟ ର ଏନ.ସି.ସି ଏବଂ ଏନ.ଏସ୍.ଏସ୍ ପିଲାଙ୍କ ଶୃଙ୍ଖଳା ଶୋଭାଯାତ୍ରା କୁ ବେଶ ମନୋରଞ୍ଜନ କରି ପାରିଥିଲା । ଶୋଭାଯାତ୍ରା ମିନି ଷ୍ଟାଡିୟମ ରେ ପହଞ୍ଚି ବା ପରେ କ୍ରୀଡ଼ା ପରିଷଦ ର ସଭାପତି ଶ୍ରୀ ଦେବୀ ପ୍ରସାଦ ପାଢି ମଶାଲ ଗ୍ରହଣ କରି ପଡ଼ିଆରେ ସ୍ଥାପନ କରିବା ପରେ କ୍ରୀଡ଼ା ମହୋତ୍ସବ ପତାକା ଅତିଥି ଙ୍କ ଦ୍ଵାରା ଉତ୍ତୋଳନ କରାଯାଇ ଏକ ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା l ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ , ସମ୍ମାନୀତ ଅତିଥି ଭାବେ ଓଡିଶା କ୍ରିକେଟ୍ ଦଳର ଏମ୍ପାୟାର ସାରଦା ପ୍ରସନ୍ନ ମହାପାତ୍ର , ଭାଷ୍ୟକାର ପ୍ରତ୍ୟୁଷ କୁମାର୍ ସାହୁ ଓ ଗୁଣପୁର ଉପଜିଲ୍ଲାପାଳ ଲଲିତ କହଁର ଏଵଂ ଅନ୍ୟତମ ଅତିଥି ଭାବେ ପୌର ପରିଷଦ ଅଧକ୍ଷା ମମତା ଗୌଡ଼,ଗୁଣପୁର ବିଜୁ ଜନତା ଦଳ ର ନଗର୍ ସଭାପତି ରାମ ଚନ୍ଦ୍ର ପଣ୍ଡା ,ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଗୁଣପୁର କ୍ରୀଡ଼ା ମହୋତ୍ସବର ସଭାପତି ଦେବୀ ପ୍ରସାଦ ପାଢୀ ଓ ସମ୍ପାଦକ ସପନ ଦାଶ ସମୁହ ମଞ୍ଚାସିନ ହୋଈଥିଲେ l ସଭା ପ୍ରାରମ୍ଭରେ ଗୁଣପୁର ନବ ନିର୍ମାଣ ସମିତି ର ଉପସଭାପତି ଶ୍ରୀ ଉମା ଶଙ୍କର ଦାଶ ସ୍ୱାଗତ୍ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଅକ୍ଷୟ ଦାଶ ମଞ୍ଚ ପରିଚାଳନା କରିଥିଲେ । ରାୟଗଡା ଜିଲ୍ଲା ର ନାମକୁ ରାଜ୍ଯ ଓ ରାଜ୍ଯ ବାହାରେ ଗୌରାବନ୍ବିତ କରିଥିବା ବିଭିନ୍ନ ବର୍ଗର ୬୫ ଜଣ କ୍ରୀଡାବିତ୍ ମାନଙ୍କୁ “କ୍ରୀଡ଼ା ଗୌରବ ସମ୍ମାନ” ରେ ଅତିଥି ମାନଙ୍କ ଦ୍ବାରା ସମ୍ମାନିତ କରଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସମୂହ ଭାବେ ଗୁଣପୁର ନବ ନିର୍ମାଣ ସମିତି ର ସମ୍ପାଦକ ରଞ୍ଜିତ କୁମାର୍ ପାଢ଼ୀ ପରିଚାଳନା କରିଥିଲେ।ସଭା ଶେଷରେ କ୍ରୀଡ଼ା ପରିଷଦ ର ସମ୍ପାଦକ ସପନ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବ ନିର୍ମାଣ ସମିତି ଓ ବିଭିନ୍ନ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିବା ସହ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଆକର୍ଷିତ ଦୌଡ଼ ରାଣୀ ଦ୍ଵିତୀ ଚାନ୍ଦ ଙ୍କୁ ନବ ନିର୍ମାଣ ସମିତି ର ସମସ୍ତ ସଭ୍ଯ ଓ ନିମନ୍ତ୍ରିତ ଅତିଥି ଏବଂ ମଞ୍ଚାସୀନ ଅତିଥିବୃନ୍ଦ ମିଶି ଉପଢୌକନ ଓ ମାନପାତ୍ର ଦେଇ ସମାନିତ କରିଥିଲେ ।