ରାମନାଗୁଡା:-୧୬/୧୧(ପ୍ରଫୁଲ୍ଲ କୁମାର ବେହେରା) :ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ରେ ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ଆଉଟ ସୋର୍ସିଙ୍ଗ କର୍ମଚାରୀ ଙ୍କ ପକ୍ଷରୁ କଳାବ୍ୟାଜ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା କରାଯାଇଛି , ରାଜ୍ୟରେ ସରକାରୀ ନିଯୁକ୍ତିରେ ଠିକା ବ୍ୟବସ୍ଥା ଭଳି ଆଉଟସୋର୍ସିଙ୍ଗ ବ୍ୟବସ୍ଥା ର ମଧ୍ୟ ଉଚ୍ଛେଦ କରିବା ,ସମସ୍ତ ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କୁ ଖୁବଶୀଘ୍ର ସ୍ଥାୟୀ କରିବା,ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିବା ୧୨ ଦିନ ର ଛୁଟି କୁ ତୁରନ୍ତ ଲାଗୁ କରିବା ଭଳି ଦାବି ଗୁଡ଼ିକ ରହିଛି , ସେହିପରି ଘରୋଇ ଏଜେନ୍ସିଦ୍ୱାରା ନିୟୋଜିତ ହୋଇ ସରକାରୀ ବିଭାଗ ରେ କାର୍ଯ୍ୟ ରେ ବର୍ଷ ବର୍ଷ ଧରି ନିଷ୍ଟପର ଭାବେ ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କ ପ୍ରତି ରାଜ୍ୟ ସରକାର ଅଣଦେଖା କରାଯିବାର କାରଣ କଣ ବୋଲି ଆଉଟସୋର୍ସିଙ୍ଗ କର୍ମଚାରୀ ଅଭିଯୋଗ କରିଛନ୍ତି ,ସେହି କାରଣ ରୁ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଉପାୟ ଶୂନ୍ୟ ହୋଇ ,ଆନ୍ଦୋଳନ ର ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେଉଛନ୍ତି , ସୂଚନାଯୋଗ୍ୟ ଯେ ତିନି ଗୋଟି ଗଣତାନ୍ତ୍ରିକ ବୃହତ ଆନ୍ଦୋଳନ ଅର୍ଥମନ୍ତ୍ରୀଙ୍କ ପ୍ରତିଶୃତି ଓ ଅର୍ଥ ସଚିବଙ୍କ ଦ୍ଵାରା ଆହୁତ ବୈଠକ ର ପ୍ରତିଶୃତି ଅନୁଯାୟୀ ଆଜି ପର୍ଯ୍ୟନ୍ତ ଓଡିଶା ରାଜ୍ୟର ବିଭିନ୍ନ ବ୍ଲକ ଜିଲ୍ଲା ମୁଖ୍ୟାଳୟ ମୁଖ୍ୟ ଦପ୍ତର ସଚିବାଳୟ ରେ କାମ କରୁଥିବା ଉଚ୍ଚଶିକ୍ଷିତ କର୍ମଚାରୀ ମାନଙ୍କ ଉପରୁ ଆଉଟସୋର୍ସିଙ୍ଗ ଭଳି କୁଶ୍ଚିତ ,ଘୃଣା ଓ କଳଙ୍କିତ ବ୍ୟବସ୍ଥା ଉଠାଗଲା ନାହିଁ।
ଦିନକୁ ଦିନ ଶୋଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଅର୍ଥ ସଚିବ ମନ୍ତ୍ରୀଙ୍କ ପ୍ରତିଶୃତି ଅନୁଯାୟୀ ଉଚ୍ଚ ସ୍ତରୀୟ ବୈଠକ ଡକାଯାଇ ଏହା ଉପଣ୍ଡର ନିଷ୍ପତ୍ତି ନିଆଗଲା ନାହିଁ। ସାରା ରାଜ୍ୟରେ ଏଥିନିମନ୍ତେ ପ୍ରବଳ ଅଶାନ୍ତି ସୃଷ୍ଟି ହେବା ସହ କର୍ମଚାରୀ ମାନଙ୍କୁ ଆର୍ଥୀକ ଓ ସାମାଜିକ ଦୁରାବସ୍ଥା ମଧ୍ୟକୁ ଠେଲି ଦିଆଯାଉଛି। ଏଥିପାଇଁ ୨୦୧୮ ମସିହା ଜୁନ ମାସ ୨୫,୨୬, ଓ ୨୭ ତିନିଦିନ ଧରି ମହାତ୍ମାଗନ୍ଧି ମାର୍ଗରେ ଶାନ୍ତିପୂର୍ଣ୍ଥ ଭାବରେ ଆନ୍ଦୋଳନ କରଯାଇଥିଲା। ତତ୍କାଳୀନ ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶୃତି ଦେଇଥିଲେ ଏକ ମାସ ମଧ୍ୟରେ ସେମାନଙ୍କ ଦାବି ଗୁଡ଼ିକ ପୂରଣ କରାଯିବ , କିନ୍ତୁ ପରିତାପର ବିଷୟ ପ୍ରତିଶୃତି କୁ ୫ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଦାବି ଏଯାବତ ପୂରଣ ହୋଇପାରିଲା ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ,ତେଣୁକରି ସାରା ରାଜ୍ୟ ସମେତ ରାମନାଗୁଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ସନ୍ତୋଷ ରତ୍ନାଲୁ ,ଦୀପା ମହାରଣା,ଅଶୋକ ଗୌଡ଼, ସନ୍ତୋଷ କୁମାର ବେହେରା ,ପ୍ରକାଶ ଚନ୍ଦ୍ର ସାହୁ ,ଦସ୍ମିତା ପାତିକା ,ସନ୍ତୋଷ କୁମାର ପାତ୍ର ,ଚନ୍ଦ୍ର ଶେଖର ଶବର ,ଦିବ୍ୟଜ୍ୟୋତି ଉଲାକା , ଅଜିତ କୁମାର ପଣ୍ଡା ,ରିବିକା ମାଣ୍ଡାଙ୍ଗି ,ଉମା ପାଲାକା ପ୍ରମୁଖ ଉକ୍ତ ଦାବି ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପସ୍ଥିତ ଥିବାରୁ ପଂଚାୟତ ସମିତି କାର୍ଯ୍ୟାଳୟ ର ବରିଷ୍ଠ କିରାଣୀ ସୁରେନ୍ଦ୍ର ନାଥ ମହାପାତ୍ର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ସହିତ ଚଳିତ ମାସ ୧୪ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତିବାଦାତ୍ମକ କଳାବ୍ୟାଜ ପରିଧାନ କରି ଥିବା ବେଳେ ଚଳିତ ବର୍ଷ ନଭେମ୍ବର ମାସ ୨୬ ତାରିଖ ଠାରୁ ଶାନ୍ତି ପୂର୍ଣ୍ଣ ଭାବେ ଗଣଧାରଣା କରିବାକୁ ନିଷ୍ପତି ନିଆଯାଇଛି ।