ଗୁଣପୁର,୨୧/୦୮(ସିଦ୍ଧାର୍ଥ ଦାଶ) :ଆଜି ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ ସ୍ଥିତ ଉପ କାରାଗାର ପରିସର ଠାରେ ସ୍ୱାଧୀନତା ସଂଗ୍ରାମୀ ପୂଜ୍ୟ ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜନ୍ମ ଶତ ବାର୍ଷିକୀ ଅବସର ରେ କାରାଗାର ରେ ରହୁଥିବା ଅନ୍ତେବାସୀ ମାନଙ୍କ ଉପସ୍ଥିତିରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଗୁଣପୁର ସବ୍ ଜେଲର ଶ୍ରୀ କାମାକ୍ଷା ପତି ଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ ଶ୍ରୀ ସୋମନାଥ ଗୌଡ଼ ଓ ଶ୍ରୀ ଯୋଗେନ୍ଦ୍ର ଦେଓ ଶ୍ରୀ ଅରବିନ୍ଦ ଙ୍କ ଜୀବନୀ ଓ ଯୋଗ ସମ୍ପର୍କ ରେ ଆଲୋଚନା କରିବା ସହ ଶ୍ରୀ ଅରବିନ୍ଦ ଙ୍କ ଜୀବନ ଶୈଳୀ ରେ ନିଜ କୁ ଅନୁପ୍ରାଣିତ କରି ଭଲ ମଣିଷ ହେବା ସହ ସମାଜ ର କଲ୍ୟାଣ ଦିଗ ରେ ସହାୟକ ହେବା ନିମନ୍ତେ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ଭୁକ୍ତା ସହଯୋଗ କରିଥିଲେ ।