ରାୟଗଡା ICICI ଫାଉଣ୍ଡେସନ ତରଫରୁ ମନଙ୍କୁ ଛୁଇଁଲାଭଳି, ଆଜାଦିକା ଅମ୍ରିତ ମହୋତ୍ସବ ପାଳନ ।

କାଶୀପୁର,ରାୟଗଡା,୧୪/୦୮ (ପ୍ରଫୁଲ୍ଲ କୁମାର ବେହେରା) : ମାନନୀୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଭାନ କ୍ରମେ ସର୍ବ ଭାରତରେ ହର ଘର ତିରଙ୍ଗା ,ଆଜାଦିକା ଅମ୍ରିତ ମହୋତ୍ସବ ପାଳନ ର ଜୋର ଧରିଥିବା ବେଳେ, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ ପଞ୍ଚାୟତର ଉପାନ୍ତ ଗ୍ରାମାଞ୍ଚଳରେ ମନକୁ ଛୁଇଁଲା ଭଳି ସ୍ୱାଧୀନତା ଦିବସ ଅବସରରେ ଆଜାଦିକା ଅମ୍ରିତ ମହୋତ୍ସବ ପାଳନ କରିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ପାହାଡ ପର୍ବତ ଘେରା ,ନଦୀ ନାଳ, ଝରଣାର କୁଳୁକୁଳୁ ନାଦରେ ଏହି ଗ୍ରାମ୍ୟ ମାନ ସତେ ଯେମିତି ଉତ୍ସର୍ବମୁଖ ରେ ରାଷ୍ଟ୍ରୀୟ ଧୌଜ ନୀଳ ଆକାଶରେ ଉଭିୟମାନ ହୋଇ ନିଜ ପ୍ରତିବୀମ ରେ ଗାଁ ଓ ଗ୍ରାମବାସୀଙ୍କ ଗହଣରେ ହର୍ଷଉଲ୍ଲାସ ଭରି ଦେଇଛି ।

ଏହିଭଳି ଦେଶ ସ୍ୱାଧୀନତାର 75 ବର୍ଷ ପାଳନ ଅବସରରେ ଦେଶସାରା ପାଳିତ ହେଉଥିବା ଆଜାଦି କି ଅମ୍ରିତ ମହୋତ୍ସବ ପରିପ୍ରେକ୍ଷୀରେ ହର ଘର ତିରଙ୍ଗା କାଯ୍ୟକ୍ରମ ପାଳନ ହେଉଅଛି I ଏହି ଅବସରରେ ଆଦିବାସୀବହୁଳ କାଶୀପୁର ବ୍ଲକ ର ଖୁରୀଗାଁ, ଦୁଡ଼କାବାହାଲ, ବରିଗୁମା, କୁମାଖାଲ, ଭିତରପଦାମାଝି, ଚିରକୁଲି ଏବଂ ବନ୍ଧମାଣ୍ଡି ଗ୍ରାମ ଗୁଡିକରେ ICICI ଫାଉଣ୍ଡେସନ ସହାୟତା ରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଏକ ନିଆରା ମନକୁ ଛୁଇଁଲା ଭଳି ଅତି ଆଡମ୍ବରେ ପାଳନ କରାଯାଇଥିବାର ଦୃଶ୍ୟମାନ ହୋଇଛି I

କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଗ୍ରାମବାସୀ ମାନଙ୍କୁ 1000 ଟି ଜାତୀୟ ପତାକା ବଣ୍ଟନ କରାଯାଇ ଗ୍ରାମର ସମସ୍ତ ଘରେ ଘରେ ଓ ବୟସ୍କ ରୁ ଆରମ୍ଭ କରି କୁନି କୁନି ପିଲାଙ୍କ ସମେତ ବିଭିନ୍ନ ମହିଳା ସଂଗଠନକୁ ଏକତ୍ରିତ କରି ତିରଙ୍ଗା ଯାତ୍ରା ପରିବେଷଣ ହେଇଛି। ଏବଂ 13/08/22 ରୁ 15/08/22 ପର୍ଯ୍ୟନ୍ତ ପ୍ରତି ଘରେ ଜାତୀୟ ପତାକା ଲଗେଇ ମାତୃଭୂମି ପ୍ରତି ସମ୍ମାନ ଜଣେଇବାକୁ ଆହ୍ୱାନ ଦିଆଯାଇଛି I କାର୍ଯ୍ୟକ୍ରମ କୁ ରାୟଗଡା ICICI ଫାଉଣ୍ଡେସନ ର କର୍ମଚାରୀ କୃଷ୍ଣ ଚନ୍ଦ୍ର ନାଏକ, ବିପେନ୍ଦ୍ର ନାଏକ, ଗୋବିନ୍ଦ ନାଏକ, ଶ୍ରୀୟା ଦେବି ଓ ଭବାନୀ ନାଏକ ଗ୍ରାମ୍ୟ ସ୍ଥରରେ ତଦାରଖ କରିଥିବା ବେଳେ ଡେଭଲପମେଣ୍ଟ ଅଫିସର ରାକେଶ କୁମାର ଷଡ଼ଙ୍ଗୀ ପରିଚାଳନା କରିଛନ୍ତି I