ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀ ମୋର୍ଚ୍ଚା ଦ୍ୱାରା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଆଦିବାସୀ ମାନ୍ୟତା ଦାବିରେ ଦାବି ପତ୍ର ଗୁଣୁପୁର ଉପଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ

ଗୁଣପୁର/ରାୟଗଡ,୦୯/୦୮(ପ୍ରଫୁଲ୍ଲ କୁମାର ବେହେରା) : ଆଜି ବିଶ୍ୱ ଆଦିବାସୀ ଦିବସ ଏହି ଅବସର ରେ ଗୁଣୁପୁର ଉପଖଣ୍ଡ ର ଶତାଧିକ ଆଦିବାସୀ ପାରମ୍ପରିକ ବେଶଭୂଷା ରେ ଗୁଣୁପୁର ନୂଆ ବସ ଷ୍ଟାଣ୍ଡ ଠାରୁ ଏକ ବିରାଟ ପଟୁଆର ରେ ବାହାରି ଗୁଣୁପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଁଚି ବିଭିନ୍ନ ନାରା ଦେଇ ସେମାନଙ୍କ ନ୍ୟାର୍ଯ୍ୟ ଦାବି ତୁରନ୍ତ ଦେବାକୁ ଦାବି କରିଥିଲେ ସେମାନେ 16 ଦଫା ଦାବି ପତ୍ର ଭାରତ ର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଉଦେଶ୍ୟରେ ଗୁଣୁପୁର ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଚୌଧୁରୀ ଙ୍କୁ ପ୍ରଦାନ କରିଥିଲେ ସେମାନେ ପ୍ରତି ବର୍ଷ ଅଗଷ୍ଟ 9 ତାରିଖ କୁ ସରକାରୀ ଛୁଟି ଭାବେ ଘୋଷଣା କରିବା ସହ ଅବିବାସୀଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରିବାକୁ ଦାବି ରଖିଛନ୍ତି ଯଦି ସେମାନଙ୍କ ଦାବି ପ୍ରତି କୌଣସି ଗୁରୁତ୍ୱ ଙ ଦିଆ ଯାଏ ତେବେ ଆଗାମୀ ଦିନ ଯେଉଁ ବଡ଼ ଧରଣର ପ୍ରତିବାଦ ହେବ ସେଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସମ୍ପାଦକ ତ୍ରିପତି ଗମାଙ୍ଗ l