ଚାଷ ଜମି ରେ ବାଲିଚର ସୁଷ୍ଟି କଲା ଲଘୁଚାପ ଜନିତ ବର୍ଷା

ବିଷମକଟକ/ରାୟଗଡ,୦୯/୦୮:(ପ୍ରଫୁଲ୍ଲ କୁମାର ବେହେରା) :ଜଳ ବହୁଳେ ଚାଷି ନାସ,ଜଳ ବିହୁନେ ଚାଷି ନାସ,ଏଭଲି ଏକ ଅଭାବନୀୟ ଦ୍ରୁଶ୍ୟ ଦେଖିବାକୁ ପାଉଛୁ ,ରାୟଗଡା ଜିଲା,ବିଷମକଟକ ତହସିଲ ,ଡାଲିଆକୁଜି ପଞ୍ଚାୟତ ର ୧୧ ନମ୍ବର ୱାଡ ଦେଓଗାଁ ଗ୍ରାମ ରେ,ପ୍ରତ୍ୟକ ଖେତ୍ର ରେ ଚାଷି ଅସନ୍ତୋଷ ବାତାବରଣ ଦେଇ ଗତି କରୁଛି| ବହୁତ କଷ୍ଟ ରେ ଟଙ୍କା ପଇସା ଖର୍ଛାନ୍ତ କରି ଧାନ ରୁଆଁ କରିଥିବା ବେଳେ ,ଦାଉ ସାଦୁଛି ବର୍ତମାନ ର ଲଘୁଚାପ ଜନିତବର୍ଷାବିଷମକଟକ , ମୁନିଗୁଡା ଅଞ୍ଚଳ ରେ ସାତ ତାରିଖ ରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି | କମିବାର ନାଁ ଧରୁନି ,ଫଳ ରେ ନଦୀ ପାଣି ଦୀନ ପରେ ଦୀନ ଫୁଲିବାରେ ଲାଗିଛି |ନଦୀ ପାଣି ଫୁଲିବା ରେ ଡ୍ୟାମ ଡେଇଁ ପାଣି ମାଡି ଆସୁଛି ଚାଷ ଜମିକୁ ,ଯାହା ଫଳ ରେ ଜମି ର ହିଡ ଭାଙ୍ଗି ବାଲିଚର ସୁଷ୍ଟି କରୁଛି ଚାଷ ଜମି ଉପରେ ,ଚାଷି ଙ୍କ ପାଖେ ତଲି ବି ନାହି ପୁଣି ରୁଇଁ ବାକୁ,ଭାଲେଣି ପଡିଛି ଚାଷିଙ୍କ ଉପରେ,ବାଲିଚର ଜମି କେମିତି କରିବ |ଏଭଲି ଭାବେ ଜଳ ବହୁଳେ ବି ଚାଷି ଦୁଖ ପାଏ,ଜଳ ବିହୁନେ ବି ଚାଷି ଦୁଖ ପାଏ,ଚାଷି ଙ୍କ ଦୁଖ ବୁଝୁଛି ବା କିଏ?ପ୍ରସାସନ ଧ୍ୟାନ ଦବା ପାଇଁ ଚାଷିମାନେ ଆକୁଳ ନିବେଦନ କରିଛନ୍ତି | ଉକ୍ତ ଚାଷି ମାନେ ହେଲେ, ରଘୁକନ୍ଦପାଣି,ବୁଚି ଛାତି,ବୁଡୁଗରଡିଆ,ଅର୍ଜୁନ ଗରଡିଆ,ବାସୁ କରକରିଆ