ଟିକିରି,୦୪/୦୮(ପ୍ରଫୁଲ୍ଲ କୁମାର ବେହେରା):ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ସ୍ଥିତ ଟିକିରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ରୂପେ ଓଷାପଡା ସ୍ଥିତ ଉତ୍କଳ ହସ୍ପିଟାଲ ର ଡ଼ାକ୍ତର ଶ୍ରୀ ସାଗର ସୁବୁଦ୍ଧି ଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ। ଏହା ସହ ବିଦ୍ୟାଳୟର ସମ୍ପାଦକ ଶ୍ରୀ ଲୋଚନ ଖରା, ବିଦ୍ୟୁତ୍ ପରିଷଦର ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରଘୁନାଥ ବେହେରା କାର୍ଯ୍ୟକ୍ରମଟିର ଉଦେଶ୍ୟ ଜ୍ଞାପନ କରିଥିଲେ ଓ ବରିଷ୍ଠ ଗୁରୁମା ଶ୍ରୀମତୀ ବସନ୍ତ ମଞ୍ଜରୀ ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ଏହି ବିଜ୍ଞାନ ମେଳାରେ ୩ଟି ବର୍ଗରେ ମୋଟ ୧୫୩ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଭାଇ ଭଉଣୀ ମାନେ ସଙ୍କୁଳ ସ୍ତରୀୟ ବିଜ୍ଞାନମେଳା କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ବତ୍ ପରିଷଦର ସଭାପତି ଶ୍ରୀ ପଦ୍ମନାଭ ମହାନ୍ତି, ସମେତ ନିରଞ୍ଜନ ତ୍ରିପାଠୀ, ସଞ୍ଜୟ ଷଡ଼ଙ୍ଗୀ, ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ବିଜ୍ଞାନ ମେଳାରେ ବିଚାରକ ଭାବେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସରକାରୀ ବିଦ୍ୟାଳୟ ରୁ ୧୨ ଜଣ ବିଜ୍ଞାନ ଶିକ୍ଷକ ଯୋଗ ଦେଇଥିଲେ। ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଶ୍ରୀମତୀ ମଧୁସ୍ମିତା ପଣ୍ଡାଙ୍କ ତତ୍ବାବଧାନରେ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସୁଚାରୁରୂପେ ସମ୍ପାଦନ ହୋଇଥିଲା।