ଗୁଣୁପୁର,୪/୮(ସିଦ୍ଧାର୍ଥ ଦାସ) : ସ୍ଥାନୀୟ ଜି ଆଇ ଇ ଟି ଵିଶ୍ଵବିଦ୍ୟାଳୟ ଗୁଣୁପୁରରେ ଚଳିତ ବର୍ଷ ଠାରୁ ନୂତନ କରି ବି.ଏସସି ନର୍ସିଂ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଓଡିଶା ନରସେସ ଏଣ୍ଡ ମିଡିୱ।ଇଭସ ରେଜିଷ୍ଟ୍ରସନ କାଉନସିଲ (odisha nurses & midwives registration council ) ପକ୍ଷରୁ ଚଳିତ ଶିକ୍ଷା ବର୍ଷ ୨୦୨୨-୨୩ ରେ ବି.ଏସସି ନର୍ସିଂ ପାଠ୍ୟକ୍ରମ ନିମନ୍ତେ ଜି ଆଇ ଇ ଟି ଵିଶ୍ଵବିଦ୍ୟାଳୟ କୁ ଅନୁମତି ପ୍ରଦାନ କରିଛନ୍ତି। ଉଚ୍ଚ କୋଟିର ଭିତ୍ତିଭୂମି, ଉଚ୍ଚମାନର ଶିକ୍ଷାଦାନ ଯୋଗୁଁ ଇଂଜିନିୟରିଂ, ,କୃଷିବିଜ୍ଞାନ, ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ଗତ ପଚିଶି ବର୍ଷ ଧରି ଯେଉଁ ଉତ୍କୃଷ୍ଟତା ଏହି ଅନୁଷ୍ଠାନ ପ୍ରଦର୍ଶନ କରିଛି, ତାହାରି ଫଳରେ ରାଜ୍ୟ ସରକାର ଏବଂ ନର୍ସିଂ କାଉନସିଲ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ କୁ ଏହି ପାଠ୍ୟକ୍ରମ ନିମନ୍ତେ ଓ.ଏନ.ଏମ.ଆର .ସି . ପତ୍ର ନଂ- ୨୩୯୯ ତା -୦୩-୦୮-୨୦୨୨ ଦ୍ୱାରା ବି.ଏସସି ନର୍ସିଂ ପାଠ୍ୟକ୍ରମ ପାଇଁ ୬୦ ସିଟ ପାଇଁ ଅନୁମତି ପ୍ରଦାନ କରିଛନ୍ତି /ଏହା ଜାଣି ଅବିଭାବକ ମହଲରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି / ପୂର୍ବରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ବହୁ ଦୂରଦୁରାନ୍ତ ଯାଇ ଏହି ପାଠ ପଡୁଥିଲେ,ବର୍ତ୍ତମାନ ନିଜ ଜାଗାରେ ଏହି ସୁବିଧା ପାଇବେ l ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଯେଉଁ ଉଚ୍ଚ କୋଟିର ଶିକ୍ଷାଦାନ ସହ ନିଯୁକ୍ତି ସୁଯୋଗ କରାଯାଉଛି ସେହିପରି ଏହି ବି.ଏସସି ନର୍ସିଂ ର ଛାତ୍ରଛାତ୍ରୀ ମାନଙ୍କୁ ସେହିପରି ଉଚ୍ଚମାନର ଶିକ୍ଷାଦାନ କରାଯିବା ସହ ଦେଶବିଦେଶରେ ନିଯୁକ୍ତି କରାଯିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଆଶା ରଖିଛନ୍ତି lଏହି ଅବସରରେ ରାଜ୍ୟ ସରକାର ଓ ନର୍ସିଂ କାଉନସିଲ କୁ ବିଶ୍ୱବିଦ୍ୟାଳୟର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା, ଉପ ସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା, ମହା ନିର୍ଦେଶକ ଡ଼ ଜଗଦୀଶ ପଣ୍ଡା , ରେଜିଷ୍ଟ୍ରାର ଡ଼ ଏନ.ଭି .ଜେ.ରାଓ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି l ଚଳିତ ବର୍ଷ ବି.ଏସସି ନର୍ସିଂରେ ଆଡମିଶନ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଥିବା ସହ ଆସନ୍ତା ସେପ୍ଟେମ୍ବର ମାସରେ ପାଠପଢା ଆରମ୍ଭ କରାଯିବା ନେଇ ଅନୁଷ୍ଠାନ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।