ରାଜଗାଙ୍ଗପୁର,୨୦/୦୬ (ମନୋଜ ଭୋଳ):-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରାଜଗାଙ୍ଗପୁର ପୌର ଅଧକ୍ଷା ଙ୍କୁ କାର୍ଯ୍ୟରତ ଜଣେ ଡାକ୍ତର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା | ଏହାକୁ ନେଇ ଆଜି ରାଜଗାଙ୍ଗପୁର ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରାଜଗାଙ୍ଗପୁର ପୌର ଅଧକ୍ଷା ,ରାଜଗାଙ୍ଗପୁର ପୌର ପାଳିକା ର ବିଭିନ୍ନ ୱାର୍ଡ ର ନବ ନିର୍ବାଚିତ ୱାର୍ଡ କାଉନ୍ ସିଲର ଓ ବହୁ ବିଜେଡି କର୍ମୀ ଓ ସମର୍ଥକ ମାନେ ଧାରଣା ଦେଇଥିଲେ | ପ୍ରାପ୍ତ ସୂଚନା ଅନୁଯାଇ ଗତ 14 ତାରିଖ ଦିନ ରାଜଗାଙ୍ଗପୁର ସହର ନାଵ ନିର୍ବାଚିତ ପୌର ଅଧକ୍ଷା ଶ୍ରୀମତୀ ମାଧୁରୀ ଳୁଗୁନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବାକୁ ଯାଇଥିଲେ |ସେ ସମୟ ରେ ସେଠାରେ କାର୍ଯ୍ୟରତ ଥିବା ଡାକ୍ତର ପ୍ରଧାନ ତାଙ୍କୁ ଅପ ବ୍ୟବହାର କରିଥିଲେ | ଏ ନେଇ ରାଜଗାଙ୍ଗପୁର ପୌର ଅଧକ୍ଷା ସି ଡି ଏ ମୋ କୁ ଜଣାଇଥିଲେ | ସି ଡି ଏ ମୋ ତିନି ଭିତରେ ଏ ବିଷୟ ରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ | ଏ ଘଟଣା କୁ 3 ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ରାଜଗାଙ୍ଗପୁର ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ଧାରଣା ଦିଆଯାଇଥିଲା | ଏହା ସହ ଡାକ୍ତର ଙ୍କ ମନମୁଖୀ କାର୍ଯ୍ୟ କୁ ନିନ୍ଦା କରାଯାଇଥିଲା | ଶେଷରେ ଅପ ବ୍ୟବହାର କରିଥିବା ଡାକ୍ତର ପ୍ରଧାନ ପୌର ଅଧକ୍ଷା ଙ୍କୁ ଆସି ନିଜର ଭୁଲ ପାଇଁ କ୍ଷମା ମାଗିଥିଲେ |ଫଳରେ ଧାରଣା ରୁ ସମସ୍ତେ ଓହରିଥିବା ଜଣାପଡିଛି |