ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା

ଢେଙ୍କାନାଳ,ତା୧୫/୧୧(ଶୁଭମ ପାଣି): ଆଜି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସୱାନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା କରିଛନ୍ତି । ବଡ ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ସମସ୍ତ ମନ୍ଦିର ଗୁଡିକରେ ଗହଳିକୁ ସଂପୂର୍ଣ ନିୟନ୍ତ୍ରଣ ନିମନ୍ତେ ବିହିତ ବ୍ୟବସ୍ଥା କରିବା ସହିତ ବିଶୋଧନ , ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି । ଜିଲ୍ଲାରେ ଡିସେମ୍ବର ମାସ ସୁଦ୍ଧା ଯେପରି ସମସ୍ତଙ୍କର ଟୀକାକରଣ ହୋଇପାରିବ , ସେଥ୍‌ନିମନ୍ତେ ମାଇକ୍ରୋ ପ୍ଲାନ କରି ଘରକୁ ଘର ଯାଇ ଟୀକାକରଣରୁ ବାଦ ପଡିଥିବା ଲୋକଙ୍କୁ ଚିହ୍ନଟ କରିବା ସହିତ ଶଯ୍ୟାଶାୟୀ ରୋଗୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଟୀକାଦାନର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କହିଥିଲେ । ଟୀକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମନ୍ତେ ସ୍ଵେଚ୍ଛାସେବୀ ଏବଂ ପି.ଆର.ଆଇ. ମେମ୍ବର ମାନଙ୍କୁ ସାମିଲ କରିବା ସହିତ ଅଧିକ ସଂଖ୍ୟକ ଟୀକାଦାନ କେନ୍ଦ୍ରର ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି । କୋଭିଡ ସଂକ୍ରମଣ ଠାରୁ ଦୂରେଇ ରହିବାକୁ ମାଇକ ଯୋଗେ ଜନସାଧାରଣଙ୍କୁ ପୂର୍ବପରି ସଚେତନ କରାଯିବା ସହିତ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଯାଞ୍ଚ ପ୍ରକ୍ରିୟା ଜାରି ରଖୁବାକୁ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ , ବିଡିଓ , ତହସିଲଦାର ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିବାକୁ ଥିବା କାର୍ଡ ବଣ୍ଟନକୁ ବ୍ୟବସ୍ଥିତ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । 5 – ଅନ୍ତର୍ଗତ ମୋ ସ୍କୁଲ ଯୋଜନାରେ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରି ସମସ୍ତ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ହେଉଥିବା ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା . ସୁଜାତା ରାଣୀ ମିଶ୍ର ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା . ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ବୈଠକରେ ଅବଗତ କରାଇଥିଲେ । ଗତ ୧୩ ତାରିଖ ସୁଦ୍ଧା ଜିଲ୍ଲାରେ ୪୫ ବର୍ଷରୁ ଉର୍ଦ୍ଧ୍ବ ୩ , ୩୭ , ୨୪୬ ଜଣ ପ୍ରଥମ ଡୋଜ ଟୀକା ଏବଂ ୧ , ୬୪ , ୭୫୧ ଜଣ ବିତୀୟ ଡୋଜ ଟୀକା ନେଇଥିବାବେଳେ ୧୮ ରୁ ୪୪ ବର୍ଷ ମଧ୍ୟରେ ୩ , ୯୯ , ୮୭୪ ପ୍ରଥମ ଡୋଜ ଏବଂ ୧ , ୦୬ , ୮୭୬ ଜଣ ଦ୍ବିତୀୟ ଡୋଜ ଟୀକା ନେଇଥିବା ପ୍ରକାଶ କରିଛନ୍ତି । ଏହି ଭିଡ଼ିଓ କନଫେରେନସିଙ୍ଗ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ସଦର ଉପଜିଲ୍ଲାପାଳ ଶ୍ରୀମତୀ ସ୍ନିଗ୍ଧା ରାଣୀ ଧଳ , ଆପତ କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା । ଛାୟା ମହାପାତ୍ର , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି , ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାୟ , ଓସଡମାର ଡି.ପି.ଓ. ଶ୍ରୀ ନିମାଇଁ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।