ମୁଣ୍ଡ ବିହୀନ ଚିଲିକା ନିର୍ବାଚନ ମଣ୍ଡଳୀ ବନ୍ୟାଞ୍ଚଳ ପିଡ଼ିତଙ୍କ ଦୁଃଖ ବୁଝିବାକୁ ନେତା ଅଭାବ

ଚିଲିକା:-୧୪/୦୯(ବିନୁ ଦାସ୍):-ବିଗତ କିଛି ଦିନ ତଳେ ଅର୍ଥାତ ଗତ ସାତ ତାରିଖ ଅର୍ଥାତ ଆଜିର ମଙ୍ଗଳବାର ଦିନ ଓଡିଶା ରାଜନୈତିକ ବାତାବରଣ ଏବଂ ଗଣ ମାଧ୍ୟମରେ ଏକ ଚର୍ଚ୍ଚିତ ଖବର ପ୍ରକାଶ ପାଇଥିଲା । ଯାହାକି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ(ଗଣେଶ) ଙ୍କର ବାଲୁଗାଁ ଠାରେ ଭାରତୀୟ ଜନତା ଦଳର ଜଣେ ଯୁବନେତା ଙ୍କୁ ଆକ୍ରମଣ ଘଟଣା ଭାଇରାଲ ହୋଇଥିଲା । କିଛି ସମୟ ପରେ ଏ ବାବଦରେ ବିଜେପି ପକ୍ଷରୁ ବାଲୁଗାଁ ଥାନା ଆଗରେ ଆନ୍ଦୋଳନ କରି ଚିଲିକା ବିଧାୟକଙ୍କର ଗିରଫ ପାଇଁ ଦାବି ହୋଇଥିଲା । ଏପରିକି ଜଣେ କର୍ତ୍ତବ୍ୟ ରତ ଗଣମାଧ୍ୟମ ପ୍ରତିନିଧିଙ୍କ ମୋବାଇଲ ଛଡେଇ ନେବାର ଏବଂ ଗାଳି ଗୁଲଜ ର ଅଭିଯୋଗ ହୋଇଥିଲା । ହଠାତ ସତେ ଯେମିତି ରାଜ୍ୟ ରାଜନୀତିରେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଆଦେଶ ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।ଯାହାକି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡି ଦଳରୁ ସସପେଣ୍ଡ କରିବା ଏବଂ ତାଙ୍କୁ ଦିଆଯାଇଥିବା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀରୁ ବହିଷ୍କୃତ କରାଯାଇଥିଲା । ଏ ନେଇ ବିଧାୟକ ଙ୍କର ବିରୋଧ କରୁଥିବା ବିଜେପି ଦଳ ପକ୍ଷରୁ ଆନ୍ଦୋଳନ ଟିକେ ନିରବ ହୋଇଯାଇଥିଲା । କିନ୍ତୁ ଏଠାରେ ପ୍ରଶ୍ନ ଉଠେ କଣ ଏହା ଚିଲିକା ବିଧାୟକଙ୍କର ରାଜନୈତିକ ଜୀବନରେ ମସ୍ତବଡ଼ ଭୁଲ କିମ୍ବା ଗୁରୁତର ଅପରାଧ ଥିଲା ନା ଏହା ପୂର୍ବରୁ ଅନେକ ବଡ଼ ବଡ଼ ଭୁଲ ରହିଥିଲା । ଯାହାକି କେବେବି କୌଣସି ପଦକ୍ଷେପ ନେଇ ନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏହାଠାରୁ ଅଧିକ ଅଭିଯୋଗ ଆସିଛି ହେଲେ କେବେବି ଶାଶକ ଦଳ ମୁହଁ ଖୋଲି ନାହାନ୍ତି । ହଠାତ ଏଭଳି ପରିବର୍ତ୍ତନକୁ ଗ୍ରହଣ କରୁନାହାନ୍ତି ବିଧାୟକଙ୍କର ଅନୁଗତ । ଏକଦା ବାହୁବଳୀ ଭାବରେ ପରିଚିତ ବିଧାୟକ ଆଜି ଆଇନ ର ଫାନ୍ଦରେ କାହିଁକି ହେଲା କିଏ ଏଭଳି କଲା ଏବଂ କିଏ ଏ ଘଟଣା ର ମାଷ୍ଟର ମାଇଣ୍ଡ ।

ପ୍ରକାଶ ଥାଉକି ଚିଲିକା ମାଟି ରାଜନୀତି ଏବଂ ପ୍ରଶାସନିକ କ୍ଷେତ୍ରରେ ଅନେକ ଉଜ୍ଜ୍ୱଳମୟ ତାରକା ସୃଷ୍ଟି ହୋଇଛନ୍ତି । ଆଜିବି ସ୍ୱାଧୀନତାର ଦୀର୍ଘ ଦଶନ୍ଧି ପରେବି ଗୋଛି ହଣା ନୀତି ଯୋଗୁଁ ଆଜିବି ଚିଲିକା ନିର୍ବାଚନ ମଣ୍ଡଳୀ ଅବହେଳିତ। ପାରିବାରିକ ବାଦରେ ଦୀର୍ଘ ଦଶନ୍ଧି ଧରି ବିଧାୟକ ତଥା ରାଜ୍ୟ କ୍ୟାବିନେଟର ଗୁରୁତ୍ୱ ପୂର୍ଣ ମନ୍ତ୍ରୀ ହୋଇଥିଲେବି ବିକାଶ କହିଲେ ଆଜିବି ଚିଲିକା ଅଞ୍ଚଳର ହଜାର ହଜାର ଯୁବକ ନିଜ ପେଟ ପୋଷିବା ପାଇଁ ବାହାର ରାଜ୍ୟ ଏବଂ ବାହାର ଦେଶକୁ ଦାଦନ ଖଟିବା ଶ୍ରେୟ ମଣୁଛନ୍ତି । କାରଣ ଏଠାରେ ଏମିତି କୌଣସି କର୍ମ ସଂସ୍ଥାନ ନାହିଁ ଯେ ପେଟ ପୋଷିବା ସମ୍ଭବ । ଅପର ପକ୍ଷରେ ଏହା ପୂର୍ବରୁ ବହୁ ସ୍ଥାନୀୟ ନେତା ଚିଲିକା ବିଧାୟକ ଥାଇବି ବିକାଶ କହିଲେ ଦାଦନ ଶିଳ୍ପ କୁ ବୁଝାଏ । ଆଜିବି ଚିଲିକା ନିର୍ବାଚନ ମଣ୍ଡଳୀ ଯଥା ପୂର୍ଵମ ତଥା ପରମ୍ । ହଁ ଭୋଟର କିଛି କିଛି ଏଠାରେ ମଦ ମାଂସ ଆଉ କିଛି ଟଙ୍କାରେ ପ୍ରଲୋଭିତ ହୋଇ ନିଜର ଭୋଟ ବିକ୍ରି କରି ଆଜିବି ମୁଣ୍ଡ ଗେଞ୍ଜିବାକୁ ଛାତ ନାହିଁ । ପୂର୍ବତନ ବିଧାୟକଙ୍କୁ ଭୋଟ ଦେଇ ଜିତାଇଲେ ହେଲେ ବିକାଶ କଥା ନକହିବା ଭଲ।କିନ୍ତୁ ହଠାତ ଚିଲିକା ବିଧାୟକଙ୍କର ସସପେଣ୍ଡ ଆଦେଶକୁ ହଜମ କରିହେଉନି । ଏଠାରେ ସୂଚନାଯୋଗ୍ୟ କି ବିଧାୟକ ଚିଲିକା ପୂର୍ବରୁ ବେଗୁନିଆ ନିର୍ବାଚନ ମଣ୍ଡଳୀ ରେ ନିଜର ଲୋକପ୍ରିୟତା ଦେଖି ଚିଲିକା ଭୋଟର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନିଜସ୍ଵ ପକେଟ ଭୋଟ ଏବଂ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ଓ ରାଜନୈତିକ ଗୋଟି ଚାଳନା ଦେଖି ପୁଣି ଥରେ ଆଶୀର୍ବାଦ ଭୋଟ ଅଜାଡ଼ି ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବଙ୍କୁ । ତାଙ୍କର ପ୍ରଚେଷ୍ଟାରେ ବହୁ ଯୋଜନା ମଧ୍ୟ ହାତକୁ ନିଆଯାଇ ବର୍ଷ ବର୍ଷ ଧରି ହୋଇନଥିବା କାମକୁ ତ୍ୱରାନ୍ୱିତ ପ୍ରକ୍ରିୟା ରେ ଶେଷ କରିଥିଲେ ଅନେକ ଲୋକାଭିମୁଖୀ ଯୋଜନା ଶିଳାନ୍ୟାସ ବି କରିଥିଲେ । ଏପରିକି ଆହୁରି ଅନେକ ଯୋଜନା ମଧ୍ୟ ବାକି ରହିଛି । କିନ୍ତୁ ଦଳରୁ ସସପେଣ୍ଡ ହେବା ଯେମିତି ଏକ ଝଡ଼ ସୃଷ୍ଟି କରିଛି।ପ୍ରକାଶ ଥାଉକି ଦୁଇଦିନ ଲଗାଣ ବର୍ଷାରେ ସମଗ୍ର ଚିଲିକା ନିର୍ବାଚନ ମଣ୍ଡଳୀ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । ଏଠାରେ ସହଯୋଗ କରିବାକୁ ନେତାଙ୍କର ଦେଖା ମିଳିଲାନି ।

ସେ ଶାସକ ହୁଅନ୍ତୁ କି ବିରୋଧୀ କେହି ଟିକେ ଆହା କରିବାକୁ ନାହିଁ।ଯଦି ବିଜେଡି ଦଳ ତରଫରୁ ପ୍ରଶାନ୍ତ ଜଗଦ୍ଦେବ ଙ୍କୁ ସସପେଣ୍ଡ କରାଗଲା ଏବଂ ତାଙ୍କ ନାମରେ ମାମଲା ଚାଲିଥିବାରୁ ଯଦି ତାଙ୍କର ଅନୁପସ୍ଥିତି ରହିଲା ତ ବାହାବା ନେଉଥିବା ଅନ୍ୟ ନେତାମାନେ ଗଲେ କୁଆଡ଼େ । ହଜାର ହଜାର ଲୋକ ବନ୍ୟା ପ୍ରଭାବିତ ହେଲାବେଳେ ଶାସକକି ବିରୋଧୀ ଦଳର ନେତାମାନଙ୍କର ଦେଖା ମିଳିଲାନି । ଯାହାକି ଚିଲିକା ବାସୀଙ୍କୁ ବ୍ୟଥିତ କରିଛି । ଯଦି ଚିଲିକା ବିଧାୟକ ଦଳରୁ ସସପେଣ୍ଡ ତ କିଏ ନେଲେ ଦାୟିତ୍ୱ ଆଉ କଣ ରହିଲା ବାତ୍ୟା ପିଡ଼ିତଙ୍କୁ ଅବଦାନ । ଯାହା ଜଣାପଡ଼ିଛି ହୁଏତ ବିଜେଡି ତରଫରୁ ସିନା ବିଧାୟକ ଙ୍କୁ ସସପେଣ୍ଡ କରାଯାଇଛି କିନ୍ତୁ ବିଧାୟକ ପଦରୁ ନୁହେଁ । ହୁଏତ ଆଗାମୀ ଦିନରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସ୍ୱାଧୀନ ଭାବରେ ନିଜର ଲୋକପ୍ରିୟତା ହାସଲ କରିବା ସହ ପୂର୍ବରୁ କରିଥିବା ଭୁଲ ଗୁଡ଼ିକ ସଂଶୋଧନ କରି ଯଦି ନିଜର ରାଜନୈତିକ କର୍ମକ୍ଷେତ୍ରରେ ଗରିବ ଅସହାୟ ମାନଙ୍କ ସେବା ଯୋଗାଇ ଦେବେ ତାହେଲେ ଆଗକୁ ପୁଣି ଥରେ ଚିଲିକା ବାସିନ୍ଦାଙ୍କ ହୃଦୟ ଜିଣିବା ସହ ରାଜନୈତିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ।କାଗଜଲଲମରେ ଚିଲିକା ବିକାଶ ଏବଂ ପୂର୍ବରୁ ଭାଷଣ ବାଜିରେ ଚିଲିକା ବିକାଶ ର ଡିଣ୍ଡିମ ପିଟୁଥିବା ପୂର୍ବତନ ନେତାମାନେ ହୁଏତ ବାହୁବଳୀ ଙ୍କର ଲୋକପ୍ରିୟତା ଆଗରେ ହାର ମାନିବେ।ଯାହାକୁ ନେଇ ବାହୁବଳୀ ଆଖ୍ୟା ପାଇଥିଲେ।ଆଜିର ଦିନରେ ସେମାନେ ଯେ ଅଣ୍ଟି ଛୁରୀ ତଣ୍ଟି କାଟି ଗଛରେ ଚଢାଇ ମୂଳକୁ ଟାଙ୍ଗୀ ଦେଲେ ନିଜ ପାଖ ଲୋକ ଏହା କହିବା ଭୁଲ ନୁହେଁ । କେବଳ ନାମକୁ ମାତ୍ର ଯେ ବିଜେପି ନେତାଙ୍କୁ ଆକ୍ରମଣ ଯୋଗୁଁ ଦଳର ହାଇକମାଣ୍ଡ ୟେ ପଦକ୍ଷେପ ନେଲେ କିନ୍ତୁ ବାସ୍ତବ କ୍ଷେତ୍ରରେ ଯେଉଁମାନେ ନିଜର ଆନୁଗତ୍ୟ ସେମାନଙ୍କ ପାଇଁ ବଳି ପଡିଲେ ବିଧାୟକ ଏହା କାହାକୁ ଅଛପା ନୁହେଁ । ଦେଖାଯାଉ ଆଗକୁ ଆସୁଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ମଇଦାନକୁ ଅପେକ୍ଷା କେଉଁଭଳି ଭାବରେ କିଏ କରୁଛି ଗୋଟି ଚାଳନା .