ନିରାକାରପୁର : ପ୍ରେମିକା ଙ୍କୁ ଛାଡ଼ି ପ୍ରେମିକ ଫେରାର ଉଦ୍ଧାର କଲା ସୁରାଟ ପୋଲିସ


ନିରାକାରପୁର:-୧୪/୦୯(ବିନୁ ଦାସ୍):- ବିଭାହର ପ୍ରଲୋଭନ ଦେଖାଇ ଜଣେ ଯୁବକ ଜଣେ ମହିଳା ସମେତ ତାଙ୍କ ଝିଅକୁ ନେଇଯାଇଥିଲେ ଏ ନେଇ ଅଭିଯୋଗ ହେବାପରେ ସୁରତର ଇଚ୍ଛାପୁର ପୋଲିସ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନାରେ ପହଞ୍ଚି ମା, ଝିଅକୁ ସୁରଟ ନେଇଯାଇଥିବା ଜଣାପଡିଛି । ଘାଟଣାରୁ ଜଣାପଡିଛି ଯେ ପୁରୀ ଜିଲ୍ଲା କଣାସ ବ୍ଲକ ଗଡିଶା ଗୋଦା ଥାନା ଦେଇପୁର ପଞ୍ଚାୟତ କାଙ୍କପୁର ଗ୍ରାମର ବିପିନ ପାଟଶାଣି ଓ ତାଙ୍କ ପତ୍ନୀ ଦୁଇ ବର୍ଷ ର ଝିଅ ଏହି ଅଞ୍ଚଳରେ ଦୀର୍ଘ ତିନି ବର୍ଷ ହେଲା ରହି ଆସୁଥିଲେ ଏବଂ ତାଙ୍କ ପରିବାର ସହିତ ବିପିନ ଙ୍କ ଗ୍ରାମର ମନୋଜ ଗୁମାନସିଂହ ନାମକ ଯୁବକ ତାଙ୍କ ସାଙ୍ଗରେ ରହୁଥିଲେ।ବିପିନ ନିଜ କର୍ମସଂସ୍ଥାକୁ ଚାଲିଯିବା ସମୟରେ ମନୋଜ ଓ ସୁନିତାଙ୍କ ମଧ୍ୟରେ ଧୀରେଧୀରେ ପ୍ରେମ ସମ୍ପର୍କ ଗଢିଉଠିଥିଲା ଏବଂ ବିପିନ ଗତ ମାସ ଉଣେଶ ତାରିଖରେ ନିଜ କର୍ମସଂସ୍ଥାକୁ ଯାଇଥିବାବେଳେ ମନୋଜ ସୁନିତା ତାଙ୍କ ପଇସା ସହିତ ଅନ୍ୟାନ୍ୟ ଜିନିଷପତ୍ର ଧରି ଫ୍ରରାର ହୋଇଯାଇଥିଲେ। ବିପିନ ଘରକୁ ଆସି ଖୋଜାଖୋଜି କରି ତାଙ୍କୁ ନପାଇବାରୁ ୨୦/୦୮ ରେ ସୁରତର ଇଚ୍ଛାପୁର ଥାନାରେ ଏକ ମିସିଙ୍ଗ କେଶ ଦେଇଥିଲେ, ଏନେଇ ଥାନା ପକ୍ଷରୁ ୧୮/୨୧ରେ ଏକ ମାମଲା ରୁଜୁ କରୁ ମହିଳାଙ୍କ ମୋବାଇଲ କୁ ଟ୍ରାକିଙ୍ଗ କରି ଜାଣିବାକୁ ପାଇଲେ ଯେ ସେମାନେ କଣାସ ଅଞ୍ଚଳରେ ଅଛନ୍ତି, ଏନେଇ ସୁରଟ ପୋଲିସ ଗଦିଶ ଗୋଦା ଥାନାକୁ ଯୋଗାଯୋଗ କରିବାରେ ଜାଣିବାକୁ ପାଇଥିଲା ସେମାନେ ଗଡ଼ିଶା ଗୋଦା ଥାନାରେ ଅଛନ୍ତି, ମନୋଜ ସୁନିତାକୁ ଆଣି କଣାସ ଅଞ୍ଚଳରେ ତା ମାମୁଁ ଘରେ ଛାଡି ଫେରାର ହୋଇଯାଇଥିଲା, ସେ ଫେରାର ହେବା ପରେ ମହିଳା ଜଣଙ୍କ ଗଦିଶା ଗୋଦା ଥାନାରେ ଆଶ୍ରୟ ନେଇଥିଲେ ମଧ୍ୟ ସେଠାରେ ନ୍ୟାୟ ନମିଳିବାରୁ ସେ ସେଠାରୁ ପଳେଇଆସି ରାତିରେ ନିରାକାରପୁର ବଜାରରେ ଠିଆ ହୋଇଥିଲେ।ଏହି ସମୟରେ ନିରାକାରପୁର ପୋଲିସ ପେଟ୍ରୋଲିଙ୍ଗ କରୁଥିବାବେଳେ ଏହି ମହିଳାଙ୍କୁ ଦେଖି ଥାନାରେ ଅଟକ ରଖିଥିଲା।ପରବର୍ତ୍ତୀ ସମୟରେ ସୁରଟ ପୋଲିସ ଗାଡିଶା ଗୋଦା ଥାନାକୁ ଯାଇ ଜାଣିବାକୁ ପାଇଲେ ମା, ଝିଅ ନିରାକାରପୁର ଥାନାରେ ଅଛନ୍ତି ସେମାନେ ନିରାକାରପୁର ଥାନାରେ ପଂହଁଚି ମା, ଝିଅ ଙ୍କୁ ସୁରଟ ନେଇଯାଇଛନ୍ତି ।ଏ ନେଇ ମହିଳାଙ୍କୁ ପଚାରିବାରେ ମତେ ଫୁସୁଲେଇକି ଆଣି ବାଇଶି ଦିନ ହାଇଦ୍ରାବାଦ ରେ ରଖିଥିଲା। ମୁଁ ଆଣିଥିବା ସତୁରି ହଜାର ଟଙ୍କା ସରିଗଲା ପରେ ମତେ ଆଣି ତା ମାମୁଁଘରେ ଛାଡି ଫେରାର ହୋଇଗଲା, ସେ ଫେରାର ହେଇଗଲା ପରେ ତା ମାମୁଁଘର ଲୋକେ ମତେ ମୋ ଝିଅକୁ ଘରୁ ତଡିଦେଲେ, ମୋ ଜୀବନ ଯିମିତି ବର୍ବାଦ କରିଛି ତାକୁ ମଧ୍ୟ ଉଚିତ ଦଣ୍ଡ ମିଳୁ ବୋଲି ସେ କହିଛନ୍ତି l ସୁରଟ ପୋଲିସ ଏ ଆସ ଆଇ ଅଶୋକ ସିଂ ସମେତ ଦୁଇଜଣ ଲେଡି କନେଷ୍ଟ ବଳ ମଧ୍ୟ୍ୟ ଆସିଥିଲେ l