ଜଲିଉଡ଼ର ଷ୍ଟାଇଲିସ୍ ହିରୋ ହାପି କର,ଗାଁ ଦଣ୍ଡ ନାଚରୁ ଇନ୍ଦ୍ରମହଲ ସବୁଠି ଖୋଜନ୍ତି ଦର୍ଶକ

ଟାଙ୍ଗୀ:-୧୦/୦୭(ବିନୁ ଦାସ୍):-ଜଲିଉଡ଼୍ ଜଗତର ଉଦୀୟମାନ ପ୍ରତିଭା ହାପି କର ଏକ ଜଣାଶୁଣା ନାଁ । କେତେବେଳେ ନାୟକ ସାଜି ଦର୍ଶକମାନଙ୍କର ଆଦୃତ ହେଉଥିବା ବେଳେ ପୁଣି କେତେବେଳେ ଡେଭିଲ କ୍ୟାରେକ୍ଟର ପାଇଁ ବେଶ୍ ଚର୍ଚ୍ଚିତ ହାପି କର। କେତେବେଳେ ପିଜେଟିଭ ପୁଣି କେତେବେଳେ ନେଗେଟିଭ ଚରିତ୍ର ପୁଣି କେତେବେଳେ ରୋମାଣ୍ଟିକ ଚରିତ୍ର ସବୁଥିରେ କରୁଛନ୍ତି ଶହେ ଶହେ ରେ ଖେଳ। ଆମେ କହୁଚୁ ଯାତ୍ରା ଜଗତର ଷ୍ଟାଇଲିସ୍ ଷ୍ଟାର ହାପି କର।ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ରତନ ପୁର ଗ୍ରାମର ନିଆରା ପ୍ରତିଭା । ଗାଁର ଆଖଡ଼ା ଶାଳରୁ ଦଣ୍ଡନାଚ ଦିଏ ପରିଚୟ ତାପରେ ଆଉ ପଛକୁ ଫେରି ନାହାନ୍ତି ହାପି ।

ବାପା ବିମଳ କାନ୍ତ କର ଜଣେ ଡାକ୍ତର ତେଣୁ ପରିବାର ଲୋକେ କଦାପି ହାପିଙ୍କର ୟେ ମଞ୍ଚ ଝିଲିମିଲି ଆଲୋକର ଦୁନିଆଁ ଗ୍ରହଣ କରୁନଥିଲେ। କିନ୍ତୁ ହାପି ଆଜି ଉଚ୍ଚ ଦରମା ଏବଂ ବଡ଼ ଚାକିରୀ କୁ ଆଶା ନରଖି ମଞ୍ଚ ଜଗତର ଜଣେ ସଫଳ ନାୟକ ସାଜି ଦର୍ଶକ ଦରବାରରେ ନିଜର ସ୍ଥାନ ଦୃଢ଼ କରିଛନ୍ତି । ହାପି ପ୍ରଥମେ ଓଡ଼ିଆ ଆଲବମ୍ ସକାଳର ପହିଲି ଗାଡ଼ିରେ ନିଜର ଅଭିନୟ ର ଯାଦୁଗରିତା ଦେଖାଇବା ପରେ ଆଉ ପଛକୁ ଫେରି ନଥିଲେ ହାପି। ଟିଭି ସିରିଏଲ ଧର୍ମଯୁଦ୍ଧ, ସୁନା କଳସ,ଗାୟତ୍ରୀ ଆଦି ସଫଳତା ମିଳିବା ପରେ ୨୦୧୦ ମସିହାରେ ପ୍ରଥମେ ପାର୍ବତୀ ଗଣନାଟ୍ୟରେ ଯୋଗ ଦେଇ ଆରମ୍ଭ କରିଥିଲେ ଯାତ୍ରା ଜଗତର ଲମ୍ଵଯାତ୍ରା।ତୁଳସୀ ଗଣନାଟ୍ୟ ର ଦୁଇଟି ନାଟକ ଏ କାହାଣୀର ଶେଷ କେଉଁଠି ଏବଂ ଶହେ ଶହେ ରେ ଖେଳ ନିଜ ନାୟକ ଚରିତ୍ର ସହ ଜଲିଉଡ଼ ଜଗତର ଜଣେ ଆଗ ଧାଡିର ନାୟକ ସାଜି ଆଜି ପଚାଷ ରୁ ଉର୍ଦ୍ଧ୍ବ ନାଟକର ନାୟକ ପୁଣି କେତେବେଳେ ପାର୍ଶ୍ୱ ନାୟକ ତ ପୁଣି କେତେବେଳେ ନେଗେଟିଭ କ୍ୟାରେକ୍ଟର ରେ ନିଜର ନିଆରା ଢଙ୍ଗରେ ଦର୍ଶକ ମହଲରେ ଆଦୃତ ହାପି।ବର୍ତ୍ତମାନ ପରିସ୍ଥିତି ରେ ମହାମାରୀ କରୋନା ଦୀର୍ଘ ଦେଢ଼ବର୍ଷ ଧରି ମଞ୍ଚ ଦୁନିଆଁ ରୁ ଅନ୍ଧାର କରିଥିବା ବେଳେ ଖୁବଶୀଘ୍ର ପୁଣି ମଞ୍ଚ ଦୁନିଆଁ କୁ ଫେରିବା ପାଇଁ ଆଶା ବାନ୍ଧିଥିବା ହାପି କହିଛନ୍ତି କି ଆମଭଳି ହଜାର ହଜାର କଳାକାର ଆଜି ମହାମାରୀ ପାଇଁ ଅସହାୟ ଏବଂ ଅବହେଳିତ ହୋଇ ପଡିଛନ୍ତି।ସରକାର ଥରେ ଏ କଳାକାର ର ହୃଦୟ ର ଭାଷା ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ମଞ୍ଚ ପ୍ରତିଭା ମାନଙ୍କୁ ସହଯୋଗ କରନ୍ତୁ ବୋଲି ଦାବି କରିଛନ୍ତି।