ଟାଙ୍ଗୀ: ୨୩/୦୬(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏନ୍.ଏଚ୍ ଏଆଇ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ କୁହୁଡି ଓଭାର ବ୍ରିଜ ପାଲଟିଛି ମରଣ ଯନ୍ତା। ଏହି ସ୍ଥାନରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି, ସୂଚନା ଅନୁଯାୟୀ ରାଜପଥ ସମ୍ପ୍ରସାରଣ ପାଇଁ କୁହୁଡ଼ି ଠାରେ ନୂତନ ଓଭର ବ୍ରିଜ ନିର୍ମାଣ ହୋଇଛି କିନ୍ତୁ ବ୍ରିଜକୁ ସଂଯୋଗ କରୁଥିବା ରାସ୍ତା ଦବିଯାଇଥିବ ହେତୁ ସେଠାରେ ଏକ ବିରାଟ ଖାଲ ସୃଷ୍ଟି ହୋଇଛି, ଫଳରେ ଯାନବାହାନ ଅତିକ୍ରମ କରିବା ସମୟରେ ସେଇ ଖାଲରେ ଚକା ଫସି ବହୁ ଲୋକ ଗୁରୁତର ଭାବେ ଆହତ ହୋଉଛନ୍ତି। ଗତ୧୮ ତାରିଖରେ ନଈରୀ ର ଜାନକୀ ସାହୁ, ଗତକାଲି ଚଣ୍ଡେଶ୍ୱର ର ଲକ୍ଷ୍ମୀପ୍ରିୟା ବେହେରା ଏଭଳି ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି।
ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସମ୍ପନ୍ନ ହେଲାପରେ ଠିକ୍ ଭାବରେ ଯାଞ୍ଚ ନକରିବା ଯୋଗୁଁ ଏଭଳି ଗୁରୁତର ସମସ୍ୟା ଉପୁଜିଛି। ବ୍ରହ୍ମପୁର ଠାରୁ ଭୁବନେଶ୍ବର କୁ ସଂଯୋଗ କରୁଥିବା ଏହି ରାସ୍ତା ରାଜ୍ୟ ର ଏକ ପ୍ରମୁଖ ରାସ୍ତା, ଯାହାକି ପ୍ରତିଦିନ ହଜାର ହଜାର ଯାନବାହାନ ଯାତାୟାତ କରିଥାଏ। ଏତେ ସବୁ ପରେବି ବିଭାଗୀୟ ଅଧିକାରୀଙ୍କ ନିଦ ନଭାଙ୍ଗିବା ଏକ ଦୁର୍ଭାଗ୍ୟର ବିଷୟ, ଉକ୍ତ ରାସ୍ତାକୁ ଶୀଘ୍ର ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି, ନଚେତ୍ ଏହି ମରଣାତ୍ମକ ରାସ୍ତାଟି ଆଗାମୀ ଦିନରେ ବହୁ ଧନ ଜୀବନ ହାନି ହେବାର ଆଶଙ୍କା ବ୍ୟକ୍ତ କରୁଛି।ତୁରନ୍ତ ଏ ଦିଗରେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ,କଣ୍ଟ୍ରାକ୍ଟର ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବାକୁ ଏବଂ ମୂଲ୍ୟବାନ ଧନଜୀବନ ବଞ୍ଚେଇବାକୁ ନିବେଦନ କରିଛନ୍ତି ଅଞ୍ଚଳବାସୀ।