କଟକ,୨।୧୧: କଟକରେ ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ । ଦୀପାବଳୀ ପାଇଁ ବାଣ ବିକ୍ରି କରିପାରିବେ ଦୋକାନୀ । କୋଭିଡ କଟକଣା ମଧ୍ୟରେ କାଳୀ ପୂଜା ମଧ୍ୟ ହେବ । ଏଥିପାଇଁ ୧୫ ପ୍ଲାଟୁନ୍ ପୋଲିସ ଫର୍ସ ଓ ୫୦ ଅଧିକାରୀ ମୁତୟନ ହେବେ । ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ହେଲେ କେଉଁଠି ବାଣ ଦୋକାନ କରାଯିବ ତାହା ସ୍ଥିର କରାଯିବ ବୋଲି ଡିସିପି କହିଥିବା ବେଳେ ବାଣ ଦୋକାନରେ ସାମାଜିକ ଦୂରତା ଓ ମାସ୍କକୁ କିନ୍ତୁ ବାଧ୍ୟତାମୂଳକ କରାଯିବ।