Biplabnews Bureau
ଢାକା ୧୮/୦୫ : ବାଙ୍ଗଲାଦେଶର ଏକ ମେଡିକାଲ ଟିମ ଦାବି କରିଛନ୍ତି ଯେ ସେମାନେ କରୋନା ଔଷଧ ଉପରେ ଏକ ଗବେଷଣା କରି ସଫଳ ମଧ୍ୟ ହୋଇଛି | ଏହି ମେଡିକାଲ ଟିମ ଦାବି କରିଛନ୍ତି ଯେ, ଦୁଇ ଔଷଧର ମିଶ୍ରଣରେ ୬୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ପ୍ରାଇଭେଟ ବାଙ୍ଗଲାଦେଶ ମେଡିକାଲ କଲେଜ ଓ ହସ୍ପିଟାଲର ମେଡ଼ିସିନ ବିଭାଗର ମୁଖ୍ୟ ପ୍ରଫେସର ଡ.ଏମଡି ତରିକ ଆଲମ ଏନେଇ ଦାବି କରିଛନ୍ତି |ତାଙ୍କ କହିବା ମୁତାବକ, ଆମେ ପ୍ରଥମେ ଲକ୍ଷଣ ଦେଖା ଯିବା ପରେ ରୋଗୀଙ୍କୁ କୋଭିଡ-୧୯ ପାଇଁ ପରୀକ୍ଷା କରିବାକୁ କହିଥିଲୁ ଏବଂ ପରେ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହେବା ପରେ ଆମ ଦ୍ୱାରା ପ୍ରସ୍ତୁତ ଔଷଧ ତାଙ୍କୁ ଦେଇଥିଲୁ | ଔଷଧ ନେବାର ୪ଦିନ ପରେ ସେମାନେ ସୁସ୍ଥ ହେଉଥିବା ଆମେ ଦେଖିବାକୁ ପାଇଥିଲୁ | ଏବଂ ଏ ପର୍ଯ୍ୟନ୍ତ ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ | ଏହି ମିଶ୍ରଣର କାର୍ଯ୍ୟକାରିତାକୁ ନେଇ ଆମେ ଶତ ପ୍ରତିଶତ ଆଶାବାଦୀ | (ଏଜେନ୍ସି)