ନୂଆଦିଲ୍ଲୀ, ୧୮।୦୯: ପ୍ରାୟ ୪ ଘଣ୍ଟା ପରେ ପୁଣିଥରେ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଲା ପେଟିଏମ୍ ଆପ୍। ଏନେଇ ପେଟିଏମ୍ ପକ୍ଷରୁ ଏକ ଟୁଇଟ କରି ସୂଚନା ଦିଆଯାଇଛି। ଟୁଇଟରେ କୁହାଯାଇଛି ଯେ, ଅପଡେଟ୍, ଆମେ ପୁନଶ୍ଚ ଆସିଲୁ। ଗୁଗୁଲ ପ୍ଲେ ଷ୍ଟୋରରୁ ଆପ୍ ହଟିବା ପରେ ପେଟିଏମ୍ ପକ୍ଷରୁ କୁହାଯାଇଥିଲା ଯେ ଅସ୍ଥାୟୀ ଭାବେ ପ୍ଲେ ଷ୍ଟୋରରୁ ହଟାଯାଇଛି। ଶୁକ୍ରବାର ଅପରାହ୍ନରେ ଗୁଗୁଲର ପ୍ଲେ ଷ୍ଟୋରରୁ ହଟିଥିଲା ପେଟିଏମ୍ ଆପ୍। ଗୁଗୁଲ ପକ୍ଷରୁ କୁହାଯାଇଥିଲା ଯେ, ଗୁଗୁଲ କେବେବି ଜୁଆ ଖେଳ ସହତ ଜଡ଼ିତ ଆପକୁ ସମର୍ଥନ ଦେବ ନାହିଁ। ଯାହା କୀଡ଼ା ବେଟିଂକୁ ସୁହାଇ ଥାଏ। ପେଟିଏମ୍ ଗୁଗୁଲର ନିର୍ଦ୍ଦେଶାବଳୀ ଉଲଂଘନ କରୁଥିବାରୁ ପ୍ଲେଷ୍ଟୋରରୁ ପେଟିଏମ୍ ଆପକୁ ହଟାଇ ଦେଇଛି ଗୁଗୁଲ ବୋଲି ସୂଚନା ଥିଲା। ପେଟିଏମ୍ ଓ ୟୁପିଆଇ ଆପ୍ One97 Communication Ltd. ଦ୍ବାରା ଡେଭଲପ୍ କରାଯାଇଛି।